ଜାପାନରେ ହେଲା ମେକ୍ ଇନ୍ ଓଡ଼ିଶା ରୋଡ଼ ସୋ

ଭୁବନେଶ୍ବର(କେନ୍ଯୁଜ୍) : ଜାପାନରେ ମେକ୍ ଇନ୍ ଓଡ଼ିଶା ରୋଡ୍ ସୋ । ଫିକି ପକ୍ଷରୁ ଆୟୋଜିତ ଏହି ରୋଡ୍ ସୋରେ ବିଭିନ୍ନ ପୁଞ୍ଜିନିବେଶକାରୀ କମ୍ପାନୀଙ୍କ ସହ ଆଲୋଚନା କରାଯାଇଛି । ଓଡ଼ିଶାରେ ଶିଳ୍ପ ଅନୁକୂଳ ବାତାବରଣ ସମ୍ପର୍କରେ ଅବଗତ କରାଇଛନ୍ତି ସରକାର । ଏହି ଅବସରରେ ଜାପାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସୁଜୟ ଚିନୋୟ କହିଛନ୍ତି ଯେ ଖଣିଜ ପଦାର୍ଥରେ ଭରପୁର ଓଡ଼ିଶା ।

make in odisha-2୨୦୨୦ ସୁଦ୍ଧା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ୧୨ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ଜାପାନ୍ ମେକ୍ ଇନ୍ ଓଡ଼ିଶା ରୋଡ୍ ସୋରେ ରାଜ୍ୟ ପୁଞ୍ଜି ନିବେଶ ସମ୍ପର୍କରେ ଶିଳ୍ପପତି ଓ କଂପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାର । ଏଥିରେ ଖଣି ମନ୍ତ୍ରୀ ଅନନ୍ତ ଦାସ, ଖଣି ସଚିବ ସଞ୍ଜୀବ ଚୋପ୍ରା ଓ ଉନ୍ନୟନ କମିଶନର ଆର୍. ବାଲାକ୍ରିଷ୍ଣନ୍ ପ୍ରମୁଖ ଯୋଗ ଦେଇଥିଲେ । ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଦ୍ୱିତୀୟ ସଂସ୍କରଣର ଜାପାନ ହେବ କଣ୍ଟ୍ରି ପାର୍ଟନର । ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ଆୟୋଜନ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ।

MAKE IN ODISHA-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.