ବିଜୁଳି ମହାଦେବ ମନ୍ଦିର : ପ୍ରତି ୧୨ ବର୍ଷରେ ଥରେ ଲିଙ୍ଗ ଉପରେ ଖସିଥାଏ ବିଜୁଳି, ଶିବଲିଙ୍ଗ ଭାଙ୍ଗିକି ହୋଇଯାଏ ପୁଣି ଯୋଡ଼ି

ନିଜ ଚତ୍ମକାରିତା ପାଇଁ ସମସ୍ତେ ଶିବ ଭଗବାନଙ୍କ ପୂଜା କରିଥାନ୍ତି । ଏଥିପାଇଁ ହିଁ ଭକ୍ତ ଗଣ ତାଙ୍କର ଭକ୍ତି କରି ତାଙ୍କ ଠାରୁ ଆଶୀର୍ବାଦ କାମନା କରିଥାନ୍ତି । ପୁରା ଦେଶରେ ଶିବଙ୍କର ଏହି ପରି ଅନେକ ମନ୍ଦିର ରହିଛି ଯାହା ନିଜର ଚତ୍ମକାରିତା ଏବଂ କାରୁକାର୍ୟ୍ୟ ପାଇଁ ଜଣା ଯାଏ । ଆଜି ଆମେ ଆପଣଙ୍କୁ ଏହି ପରି ଏକ ଶିବ ମନ୍ଦର ବିଷୟରେ ଜଣାଇବାକୁ ଯାଉଛୁ ଯାହା ନାଁ ହେଉଛି ବିଜୁଳି ମହାଦେବ ମନ୍ଦିର ।

ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ କି ଏହି ମନ୍ଦିରରେ ପ୍ରତ୍ୟେକ ୧୨ବର୍ଷରେ ଗୋଟେ ଥର ଆକାଶରୁ ବିଜୁଳୀ ଖସିଥାଏ କିନ୍ତୁ ଶିବଲିଙ୍ଗ ଭାଙ୍ଗିବା ପରେ ପୁଣି ଥରେ ପୂର୍ବ ଆକାରରେ ଠିକ୍ ହୋଇଯାଇଥାଏ । ତ’ ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ-

temple

 

ବିଜୁଳୀ ମହାଦେବ ମନ୍ଦିର ଏକ ଏହିପରି ଅଲୌକିକ ଏବଂ ଅଦଭୁତ ମନ୍ଦିର ଯାହା ହିମାଳୟର କୋଳରେ ବସି ଭୂମି ହିମାଚଳରେ ସ୍ଥାପିତ ହୋଇଛି । ଶ୍ରାବଣ ମାସର ପର୍ବ ଆସିଲେ ଏଠାକୁ ଆନେକ ଭକ୍ତ ପାଣି ଢାଳିବା ପାଇଁ ଆସିଥାନ୍ତି । ଏହା ସହିତ ଅନେକ ଭକ୍ତ କାହିଁ କେତେ ଦୂରରୁ ଜଳାଭିଷେକ କରିବା ପାଇଁ ମଧ୍ୟ ଏତେ ବାଟ ଆସିଥାନ୍ତି ।

ଆହୁରି ପଢନ୍ତୁ : ଜାଣନ୍ତୁ ମୃତ୍ୟୁ ପରେ ଗଙ୍ଗାରେ କହିଁକି ବିସର୍ଜନ କରାଯାଏ ଅସ୍ଥି ?

ପ୍ରତ୍ୟେକ ୧୨ବର୍ଷରେ ଗୋଟେ ଥର ଆକାଶରୁ ବିଜୁଳୀ ଖସିଥାଏ ଏବଂ ସିଧା ଶିବ ଲିଙ୍ଗ ଉପରେ ପଡିଥାଏ । ବିଜୁଳୀ ପଡି ଶିବଲିଙ୍ଗ ସଂମ୍ପୁର୍ଣ୍ଣ ଭାବେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଏ କିନ୍ତୁ ଆଶ୍ଚର୍ୟ୍ୟ କଥା ହେଉଛି ଭଗବାନ ଶିବଙ୍କର ମହିମା ଏମିତି ଅଲୌକିକ ଯେ ଶିବଲିଙ୍ଗ ଭାଙ୍ଗିବା ପରେ ଆପେ ଆପେ ଜୋଡି ହୋଇଯାଏ ପୁଣି ପୂର୍ବ ଭଳି ।

ଏହି ମନ୍ଦିରଟି ହିମାଳୟର କୁଲୁ ଘାଟିରେ ବ୍ୟାସ ନଦୀ କୂଳରେ ନିର୍ମିତ । ଏହି ମନ୍ଦିରର ନାମ ବିଜୁଳୀ ମହାଦେବ, ଯାହା ବିଷୟରେ କୁହାଯାଉଛି କି’ ଆକାଶରୁ ବିଜୁଳୀ ଖସିବା ମାତ୍ରେ ଶିବଲିଙ୍ଗ ଭାଙ୍ଗି ଗୁଣ୍ଡ ଗୁଣ୍ଡ ହୋଇଯାଇଥାଏ ।

Bijli Mahadev Kullu

ବିଜୁଳୀ ପଡିବା ପରେ ଯେତେବେଳେ ଶିବଲିଙ୍ଗ ଭାଙ୍ଗି ଯାଇଥାଏ ସେତେବେଳେ ଏଠିକାର ପୂଜାରୀ ଶିବଲିଙ୍ଗର ସମସ୍ତ ଖଣ୍ଡକୁ ଏକାଠି କରି ଘିଅ ଲହୁଣୀ ସହିତ ପୁଣି ଯୋଡି ଦେଇଥାନ୍ତି । ଏହା କରିବାର କିଛି ସମୟ ପରେ ଶିବଲିଙ୍ଗ ପୁଣି ଥରେ ନିଜର ପୂର୍ବ ରୂପକୁ ଫେରି ଆସିଥାଏ ।

ବିଜୁଳୀ ପଡିବା ପରେ କେବଳ ମନ୍ଦିର ନୁହେଁ ପୂରା ଗାଁର କ୍ଷତି ହୋଇଥାଏ କିନ୍ତୁ ପୂରା ଗାଁ କୁ ଶିବ ହିଁ ଶାହା ହୋଇଥାନ୍ତି ଏବଂ ତା’ଙ୍କର ରକ୍ଷା କବଚ ହୋଇ ସମସ୍ତ ଦୁଃଖ କଷ୍ଟରୁ ରକ୍ଷା କରିଥାନ୍ତି । ଏହି ଦୃଶ୍ୟ ପ୍ରତ୍ୟେକ ୧୨ ବର୍ଷରେ ଥରେ ଦେଖିବାକୁ ମିଳେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.