ଡିଏମକେ ଦଳପତି ହେଲେ ଷ୍ଟାଲିନ୍

ନୂଆଦିଲ୍ଲୀ(କେନ୍ୟୁଜ୍) : କରୁଣାନିଧିଙ୍କ ମୃତ୍ୟୁ ପରେ କିଏ ହେବେ ଡିଏମକେ ସୁପ୍ରିମୋ ତାକୁ ନେଇ ଟଣାଓଟରା ଲାଗି ରହିଥିଲା । ତେବେ ଆଜି ସର୍ବସମ୍ମତି କ୍ରମେ ସେ ଡିଏମକେ ସଭାପତି ନିର୍ବାଚିତ ହୋଇଛନ୍ତି । ଏନେଇ ଆଜି ଦଳର ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲେ । ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଥିଲେ ଷ୍ଟାଲିନ୍ ।
ତାଙ୍କ ସହ ଦୁରାଇ ମୁରୁଗୁନ୍ ଡିଏମକେ କୋଷାଧ୍ୟକ୍ଷ ନିର୍ବାଚିତ ହଇଛନ୍ତି । କରୁଣାନିଧିଙ୍କ ପରେ ଷ୍ଟାଲିନ୍ ଦଳ ସଭାପତି ଦାୟିତ୍ୱ ତୁଲାଇବେ । ପୂର୍ବରୁ କରୁଣାନିଧି ୪୯ ବର୍ଷ ଧରି ଡିଏମକେ ସୁପ୍ରିମୋ ପଦ ସମ୍ଭାଳି ଆସିଥିଲେ । ଆଜିର କାର୍ୟ୍ୟକ୍ରମରେ ପାଖାପାଖି ୫ ହଜାରରୁ ଅଧିକ ଡିଏମକେ ନେତା ଓ କର୍ମୀ ଉପସ୍ଥିତ ଥିଲେ ।