Below header

ସ୍କୁଲ ଯିବା ବେଳେ ମହୁମାଛି ଆକ୍ରମଣରେ ୩ ଛାତ୍ରୀ ଗୁରୁତର

କୁଚିଣ୍ଡା : ମହୁମାଛି ଆକ୍ରମଣରେ ତିନି ଜଣ ଛାତ୍ରୀ ଆହତ ହୋଇଛନ୍ତି । ସ୍କୁଲକୁ ପାଠ ପଢ଼ିବାକୁ ଯାଉଥିବା ବେଳେ ରାସ୍ତାରେ ସେମାନେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବାଉରୀଗୁଡା ଗାଁରୁ ୨ ଜଣ ଦଶମ ଶ୍ରେଣୀର ଛାତ୍ରୀ ଏବଂ ପଣ୍ଡରୀକଟା ଗାଁର ଜଣେ ଦଶମ ଶ୍ରେଣୀର ଛାତ୍ରୀ ଏକା ସାଙ୍ଗରେ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ସେମାନେ ପରୁଆଭାଡି ହାଇସ୍କୁଲକୁ ପାଠ ପଢିବା ଯାଉଥିଲେ । ବାଟରେ ବସା କରିଥିବା ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲେ।

ସ୍ଥାନୀୟ ଲୋକ ଏବଂ ପରିବାର ଲୋକ ୧୦୮ ଆମ୍ବୁଲାନ୍ସରେ ୩ ଜଣ ଛାତ୍ରୀଙ୍କୁ ଗୁରୁତର ଭାବରେ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.