ଗଜପତି: ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ ବେଳେ ପୁଣି ବିପୁଳ ମଦ ଜବତ, ୫ ଗିରଫ
ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ଏବଂ ପୋଲିସ ପକ୍ଷରୁ ଅଡବା ଏବଂ ମୋହନା ଥାନା ଅଞ୍ଚଳର ବିରିକୋଟ, ଦମାଦୁଆ, ନାଡିଙ୍ଗ, ପଦାସାହି, ଖପୁରିପଟା ଆଦି ଗ୍ରାମରେ ଚଢ଼ାଉ କରାଯାଇଛ । ଚଢାଉ ବେଳେ ବିପୁଳ ମଦ ଜବତ କରାଯିବା ସହ ପାଞ୍ଚ ଜଣ ମଦ ବେପାରୀଙ୍କୁ ଗିରଫ କରାଯାଇଛି ।
ଗିରଫ ମାନେ ହେଲେ ପଦାସାହିର ଭାସ୍କର ଦଳାଇ, ଖପୁରିପଟାର କୃଷ୍ଣବୀର, କଣ୍ଟେଇକୋଳିର ସନାତନ ନାୟକ, ମୋହନାର ସଚିନ୍ଦ୍ର ନାୟକ ଏବଂ ଦମାଦୁଆର ସାମୁଏଲ ମାଝୀ, ଏହି ଚଢ଼ାଉରେ ୩୯ ଶହ କେ.ଜି ମହୁଲି ପୋଚ ନଷ୍ଟ କରାଯାଇଥିବା ବେଳେ ୧୮୯ ଲିଟର ଦେଶୀ ରନ୍ଧା ମଦ, ୫୧ ଲିଟର ଖଜୁରୀ ତାଡି ସହ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ ଦୁଇଲକ୍ଷ ଟଙ୍କାରୁ ଉର୍ଦ୍ଧ ହୋଇଥିବା ବେଳେ ସମସ୍ତ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।