ସେଣ୍ଟ୍ରାଲ କୋ ଅପରେଟିଭ ବ୍ୟାଙ୍କ ସହାୟକକଙ୍କ ଘରେ ଭିଜିଲାନ୍ସ ରେଡ, ଏକକାଳୀନ ୪ ସ୍ଥାନରେ ଚଢ଼ାଉ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ୟାଙ୍କ ସହାୟକ ପ୍ରଦୀପ କୁମାର ଚନ୍ଦ୍ରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଚାରୋଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ।

ଭବାନୀପାଟଣା (କେନ୍ୟୁଜ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ୟାଙ୍କ ସହାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଭବାନୀପାଟଣା ସେଣ୍ଟ୍ରାଲ କୋ ଅପରେଟିଭ ବ୍ୟାଙ୍କ ସହାୟକ ପ୍ରଦୀପ କୁମାର ଚନ୍ଦ୍ରକାର। ଚାରୋଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ। ୩ ଜଣ ଡ଼ିଏସପି, ୩ ଜଣ ଇନିସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀଙ୍କୁ ନେଇ ଭିଜିଲାନ୍ସ ଟିମ କରୁଛି ଯାଞ୍ଚ।