Below header

ବାହାଘର ସାରି ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା : ବରକନିଆଁ ସହ ୪ ଆହତ

ବାହାଘର ସାରି ଫେରିବା ସମୟରେ ଘଟିଲା ବଡ଼ ଦୁର୍ଘଟଣା ।ବଲାଙ୍ଗୀର - ସୋନପୁର ରାସ୍ତାର କୃଷି ବିଜ୍ଞନ କେନ୍ଦ୍ର ନିକଟରେ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା । ଫଳରେ ଗାଡ଼ିରେ ଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣ ଆହତ ହୋଥିବାବେଳେ ବର ଓ କନ୍ଯା ଗୁରୁତର ଭାବେ ଆହତ ହୋଇଛନ୍ତି ।

ସୋନପୁର (କେନ୍ୟୁଜ): ବିବାହ ପରେ ହସଖୁସିରେ କାର୍‌ରେ ଫେରୁଥିଲେ ବରକନିଆଁ। ହେଲେ ଫେରିବା ସମୟରେ ଘଟିଲା ବଡ଼ ଦୁର୍ଘଟଣା । ଯେଉଁ କାର୍‌ରେ ବରକନିଆଁ ଆସୁଥିଲେ ବାଟରେ ଦୁର୍ଘଟଣା ଘଟିଲା। ଦୁର୍ଘଟଣାରେ ବରକନିଆଁ ସହ ୪ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

ସୂଚନା ଅନୁଯାୟୀ ଆଜି ଭୋରୁ ସମ୍ବଲପୁରରୁ ଟିଟିଲାଗଡ଼ ଖପସୀ ଅଞ୍ଚଳକୁ ବାହାଘର ପାଇଁ ଯାଇଥିଲେ ବରଯାତ୍ରୀ।ତେବେ ବାହାଘର ପରେ କନ୍ଯାକୁ ସାଙ୍ଗରେ ନେଇ ଫେରୁଥିବା ମହିନ୍ଦ୍ରା କେୟୁଭି ଗାଡିଟି ଭରସାମ୍ଯ ହରାଇ ବଲାଙ୍ଗୀର – ସୋନପୁର ରାସ୍ତାର କୃଷି ବିଜ୍ଞନ କେନ୍ଦ୍ର ନିକଟରେ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା। ଫଳରେ ଗାଡ଼ିରେ ଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣ ଆହତ ହୋଥିବାବେଳେ ବର ଓ କନ୍ଯା ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ଗୁରୁତର ଥିବାରୁ ବର ଓ କନ୍ଯାକୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.