Below header

ନାବାଳକର ମୃତ୍ୟୁକୁ ନେଇ ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ

ଚାନ୍ଦବାଲି(କେନ୍ଯୁଜ୍) : ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା। ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ଭୁଲ ଇଞ୍ଜେକ୍ସନରୁ ନାବାଳକର ମୃତ୍ୟୁ ଅଭିଯୋଗ । ଇଞ୍ଜେକ୍ସନ ଦେଇଥିବା ଫାର୍ମାସିଷ୍ଟକୁ ଗିରଫ ଦାବିରେ ରାସ୍ତା ଅବରୋଧ ସହ ପୋଡ଼ା ଜଳା କରିଥିଲେ । ମୃତ ନାବାଳକର ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଏବେବି ଚାପା ଉତ୍ତେଜନା ଲାଗିରହିଛି ।

deathଭଦ୍ରକ ବଶଡ଼ା ଅଂଚଳର ନୂଆଗାଁ ଇଚ୍ଛାପୁରର ସୁରେଶ ମହାଳିକ ନିଜ ଅସୁସ୍ଥ ପୁଅକୁ ଧରି ମତୋଠାରେ ଥିବା ଏକ ପାଥୋଲାବ୍‌କୁ ନେଇଥିଲେ । ସେଠାରେ ଥିବା ଫାର୍ମାସିଷ୍ଟ, ଇଞ୍ଜେକ୍ସନ ନେବାକୁ କହିଥିଲେ । ସେହି ଇଞ୍ଜେକ୍ସନ ନେବା ପରେ ଅଧିକ ଅସୁସ୍ଥ ହୋଇପଡିଥିଲା ସୁରେଶଙ୍କ ପୁଅ । ପରିବାର ଲୋକେ ପୁଅକୁ ଧରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ନାବାଳଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏବେ ପରିବାର ଲୋକ ଭୁଲ ଇଞ୍ଜେକ୍ସନରୁ ମୃତ୍ୟୁ ଅଭିଯୋଗ କରି କ୍ଷତିପୂରଣ ଦାବି କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.