ରେଳ ରହଣି ଦାବିରେ ଭଦ୍ରକ ଚରମ୍ପା ଷ୍ଟେସନରେ ରେଳରୋକ

ଭଦ୍ରକ (କେନ୍ୟୁଜ୍) : ରେଳ ରହଣି ଦାବିରେ ରେଳରୋକ। ଭଦ୍ରକ ତାରିଣୀ ଲେବଲ୍ କ୍ରସିଂ ନିକଟରେ ଓଭରବ୍ରିଜ୍ ନିର୍ମାଣ ସହିତ ୫ଟି ଦ୍ରୁତଗାମୀ ଟ୍ରେନ୍ ରହଣି ଦାବିରେ ଭଦ୍ରକ ବ୍ଲକ ଓ ଟାଉନ୍ କଂଗ୍ରେସ କମିଟି ପକ୍ଷରୁ ରେଳରୋକ କରାଯାଇଛି। ଭଦ୍ରକ ଚରମ୍ପା ଷ୍ଟେସନରେ ଜିଲ୍ଲା କଂଗ୍ରେସ କର୍ମୀମାନେ ରେଳରୋକ କରିଥିଲେ।

ଧାରଣା ଉପରେ ନେତା ଓ କର୍ମୀମାନେ ବସି ରହି ଦୀର୍ଘ ସମୟ ଧରି ବହୁ ଟ୍ରେନ୍କୁ ଅଟକାଇଥିଲେ। ଆନ୍ଦୋଳନ ଯୋଗୁଁ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇନପାରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରେଳ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଛନ୍ତି। ଖୁବ୍ଶୀଘ୍ର ଓଭରବ୍ରିଜ୍ ନିର୍ମାଣ ପାଇଁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.