Below header

ଭୌମ ଏକାଦଶୀରେ ଭୀମେଶ୍ୱର ପୀଠକୁ ଯାତ୍ରା କଲେ ମହାପ୍ରଭୁ ଲିଙ୍ଗରାଜ, ମା’ ପାର୍ବତୀ ଓ ଅନନ୍ତବାସୁଦେବ

ଭୁବନେଶ୍ୱର(କେ ନ୍ୟୁଜ): ଭୌମ ଏକାଦଶୀରେ ମହାପ୍ରଭୁ ଲିଙ୍ଗରାଜ, ମା’ ପାର୍ବତୀ ଓ ଅନନ୍ତବାସୁଦେବଙ୍କ ସହ ଭୀମେଶ୍ୱର ପୀଠକୁ ଯାତ୍ରା କରିଛନ୍ତି । ପୌରାଣିକ କଥାରେ ପଞ୍ଚୁ ପାଣ୍ଡବ ସ୍ୱର୍ଗାରୋହଣ ପୂର୍ବରୁ ପାପରୁ ମୁକ୍ତ ହେବା ପାଇଁ ବିଭିନ୍ନ ଧର୍ମକ୍ଷେତ୍ରକୁ ଯାଇ ଉପାସନା କରିଥିଲେ । ଏଥିମଧ୍ୟରୁ ଏହି ଏକାମ୍ରକ୍ଷେତ୍ର ଅନ୍ୟତମ । ଏକାମ୍ର କ୍ଷେତ୍ରର ଭୀମେଶ୍ୱର ପୀଠରେ ପାଞ୍ଚଟି ଲିଙ୍ଗ ସ୍ଥାପନ କରି ମହାପ୍ରଭୁ ଲିଙ୍ଗରାଜଙ୍କୁ ଆବାହନ କରିଥିଲେ ପଞ୍ଚୁପାଣ୍ଡବ । ଏହି ସମୟରେ ଯୁଦ୍ଧିଷ୍ଠିର ମହାପ୍ରଭୁ ଲିଙ୍ଗରାଜ, ମା’ ପାର୍ବତୀ ଏବଂ ଅନନ୍ତ ବାସୁଦେବଙ୍କୁ ନିମନ୍ତ୍ରଣ ପାଇଁ ଭୀମଙ୍କୁ ପଠାଇଥିଲେ । ଆଉ ତାଙ୍କ ନିମନ୍ତ୍ରଣକୁ ସ୍ୱୀକାର କରି ଉକ୍ତ ପୀଠକୁ ଯିବା ପାଇଁ ସମ୍ମତି ଦେଇଥିଲେ ମହାପ୍ରଭୁ ।

bhouma ekadashi

ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ ମହାପ୍ରଭୁ ଲିଙ୍ଗରାଜ, ମା’ ପାର୍ବତୀ ଏବଂ ଅନନ୍ତ ବାସୁଦେବଙ୍କ ସହ ଭୀମେଶ୍ୱରଙ୍କ ଭେଟଘାଟ କରାଯାଉଛି । ଯାହା ଭୌମିକ ଏକାଦଶୀ ଭାବେ ପାଳିତ ହୋଇଆସୁଛି । ଏହି ଅବସରରେ ଭୀମେଶ୍ୱର ପୀଠରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । କୋଭିଡ କଟକଣା ଯୋଗୁଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇ କେବଳ ନାମ ସଂକୀର୍ତ୍ତନ ମାଧ୍ୟମରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.