Below header

ଭଦ୍ରକରେ ପୁଣି ଗୋଚାଲାଣ, ପିକଅପ ଭ୍ୟାନ୍ ବୋଝେଇ ହୋଇ ଯାଉଥିଲେ ୨୦ରୁ ଉର୍ଦ୍ଧ୍ୱ ଗୋରୁ

ଭଦ୍ରକ(କେ ନ୍ୟୁଜ): ବେଆଇନ ଭାବେ ବାହାରକୁ ଚାଲାଣ ହେଉଥିବା ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ । ପିକଅପ ଭ୍ୟାନରେ ଥିବା ୨୦ ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରି ଭଦ୍ରକ ଟାଉନ ପୋଲିସକୁ ହସ୍ତାନ୍ତର କରିଲେ ବଜରଙ୍ଗ କର୍ମୀ । ସୂଚନା ଅନୁଯାୟୀ, ଭଦ୍ରକରୁ ଏକ ପିକଅପ ଯୋଗେ ୨୦ ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ବୋଝେଇ କରାଯାଇ ବେଆଇନ ଭାବେ ବାହାରକୁ ଚାଲାଣ କରାଯାଉଥିଲା । ଏବାବଦରେ ବଜରଙ୍ଗ କର୍ମୀ ମାନେ ସୂଚନା ପାଇ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଷ୍ଟେସନ ଛକ ନିକଟରେ ଗୋରୁ ବୋଝେଇ ପିକଅପଟିକୁ ଅଟକ ରଖିଥିଲେ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲା ଡ୍ରାଇଭର ।

ପରେ ଗୋରୁ ବୋଝେଇ ପିକଅପ କୁ ଭଦ୍ରକ ଟାଉନ ପୋଲିସକୁ ହସ୍ତାନ୍ତର କରିଥିଲେ ବଜରଙ୍ଗ କର୍ମୀ   ବେଆଇନ ଗୋ ଚାଲାଣକୁ ନେଇ ଭଦ୍ରକରେ ବାରମ୍ବାର କୌଣସି ନା କୌଣସି ତୁମୁଳକାଣ୍ଡ ଘଟୁଛି । କିନ୍ତୁ ଗୋ ଚାଲାଣ ହେଉଥିବା ଖବର ବାହାର ଲୋକ ଜାଣୁଥିବା ବେଳେ, ପୋଲିସ ପାଖରେ ଖବର କିପରି ପହଞ୍ଚି ପାରୁନି ତାହା ସମସ୍ତଙ୍କୁ ଚକିତ କରିଛି । ଅପ୍ରୀତିକର ପରିସ୍ଥିତି ଉପୁଜିଲେ, ପୋଲିସ ପହଞ୍ଚି ପ୍ରତିଶ୍ରୁତି ଦେଉଛି । ପୋଲିସର ଏଭଳି ନିଷ୍କ୍ରିୟତା ଯୋଗୁଁ ଭଦ୍ରକରେ ବେଆଇନ ଭାବେ ଗୋରୁ ଗୁଡିକ ବାହାରକୁ ଚାଲାଣ ହେଉଛି. ଜବତ ହୋଇଥିବା ଗୋରୁ ବୋଝେଇ ପିକଅପ ଭ୍ୟାନଟି ଭଦ୍ରକ ରୁ କୋଲକାତା ନେଇ ଯାଉଥିବା ନେଇ ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.