Below header

ଟାଇଗର ଉଡସ୍ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ, ଦୁଇଟି ଯାକ ଗୋଡ଼ରେ ଲାଗିଛି ଆଘାତ

ଆମେରିକାର ଜଣାଶୁଣା ଗଲ୍ଫ ଖେଳାଳି ଟାଇଗର ଉଡସ୍ ଭୟଙ୍କର କାର୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ କାର୍ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଟାଇଗରଙ୍କ ଦୁଇଟି ଯାକ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ସେଠାରେ ତାଙ୍କ ଗୋଡ଼ର ଅସ୍ତ୍ରୋପଚାର କରାଯାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଲସ ଆଞ୍ଜେଲ୍ସରେ ଟାଇଗର ନିଜ କାରରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଜଣେ ସୁରକ୍ଷାକର୍ମୀ କହିଛନ୍ତି, ଦୁର୍ଘଟଣା ସମୟରେ ଟାଇଗର କୌଣସି ନିଶା ସେବନ କରି ନଥିଲେ। କିନ୍ତୁ ତାଙ୍କ ଗାଡ଼ିର ସ୍ପିଡ ଅଧିକ ଥିବାରୁ ଏହା ଭାରସାମ୍ୟ ହରାଇ ଡିଭାଇଡରରେ ମାଡ ହୋଇ ଓଲଟି ପଡ଼ିଥିଲା।

car accident
photo credit: Aaj tak

ଟାଇଗର ଉଡସ ହେଉଛନ୍ତି ବିଶ୍ୱର ସବୁଠାରୁ ସଫଳତମ ଗଲ୍ଫ ଖେଳାଳି। ସେ ୧୫ଟି ଗଲ୍ଫ ଚାମ୍ପିୟନଶିପ୍ ଜିତିଛନ୍ତି। ନିକଟରେ ସେ ୫ମଥର ପାଇଁ ତାଙ୍କ ପିଠିରେ ଅସ୍ତ୍ରୋପଚରା କରିଥିଲେ। ଏହି କାରଣରୁ ସେ ଗଲ୍ଫ ଆଉ ଖେଳିପାରିବେ କି ନାହିଁ ସନ୍ଦେହରେ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.