Below header

ଭୁବନେଶ୍ବର: IRC ସ୍କୁଲ ଆଗରେ ଧାରଣା ଦେଇଥିଲେ ୧୬୪ ଫେଲ୍ ଛାତ୍ରଛାତ୍ରୀ, OHRCଙ୍କ ନିର୍ଦ୍ଦେଶ ପରେ ପାସ କଲେ ୪୩ ପିଲା

କେନ୍ୟୁଜ୍(ବ୍ୟୁରୋ):  ‘‘ବସ୍ତି ପିଲା ବୋଲି ଆମକୁ  ଦିଦି ଫେଲ କରିଦେଇଛନ୍ତି। କହୁଛନ୍ତି ତୁମେ ମାନେ ଭଲ ନମ୍ବର ରଖିନି ତେଣୁ ଆଉ ବର୍ଷେ ୯ମ ଶ୍ରେଣୀରେ  ପାଠ ପଢିବ’’। ଏଭଳି ଅଭିଯୋଗ ଆଣି ଦୁଇଦିନ ଧରି ସ୍କୁଲ ଆଗରେ ଧାରଣା ଦେଇଛଥିଲେ ଭୁବନେଶ୍ବର ଆଇଆରସି ଭିଲେଜ ହାଇସ୍କୁଲର ୧୬୪ ଛାତ୍ରଛାତ୍ରୀ। ସେପଟେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରି କହିଛନ୍ତି ଯେଉଁ ପିଲାମାନେ ପରୀକ୍ଷାରେ ଭଲ ନମ୍ବର ରଖିନାହାନ୍ତି ସେମାନଙ୍କୁ ହିଁ ଆଉ ଗୋଟିଏ ବର୍ଷ ୯ମ ଶ୍ରେଣୀରେ ରଖାଯାଇଛି। କିନ୍ତୁ ଏହାକୁ  ନେଇ ପିଲାମାନେ ଉତକ୍ଷିପ୍ତ ହୋଇ ସ୍କୁଲ ଆଗରେ ଧାରଣାରେ ବସିଛନ୍ତି। ରେଜଲ୍ଟ  ମେ ମାସରୁ ବାହାରିଲାଣି କିନ୍ତୁ ପିଲାମାନେ ସେବେଠାରୁ  କିଛି ନକହି ହଠାତ୍ ଆଜି ଆସି କାହିଁକି ଆନ୍ଦୋଳନରେ ବସିଛନ୍ତି ତାହା ଜାଣି ନାହିଁ ବୋଲ କହିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ମେକାପ।

irc school 1

ଅନ୍ୟପଟେ ଘଟଣାକୁ ନେଇ ଅଭିଭାବକ ମାହାସଂଘ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । କମିଶନ ଏହି ଘଟଣାକୁ ଗୁରୁତର ସହ ନେଇ ଆଟେଣ୍ଡାନ୍ସ ମାଧ୍ୟମରେ ପିଲାମାନଙ୍କୁ ଆଉ ଥରେ ସୁଯୋଗ ଦେବା ପାଇଁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କମିଶନଙ୍କ ନିର୍ଦ୍ଦେଶ ପାଇବା ପରେ ଆଟେଣ୍ଡାନ୍ସ ମାଧ୍ୟମରେ ୪୩ ଜଣ  ପିଲାଙ୍କୁ ଦଶମ ଶ୍ରେଣୀକୁ ଉତୀର୍ଣ୍ଣ କରିଥିବାର ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.