ବାସ୍ତୁ ଟିପ୍ସ: ଘରେ ଅଧିକ ଖର୍ଚ୍ଚ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଛି କି, ତା’ହେଲେ ଭୁଲ୍‌ରେ ବି ବାଥ୍‌ରୁମରେ କରନ୍ତୁ ନାହିଁ ଏହି କାମ

ବାସ୍ତୁର ପ୍ରଭାବ ଘରର ବାଥ୍‌ରୁମ ଉପରେ ଅଧିକ ପଡ଼ିଥାଏ। ତେଣୁ ଆମେ ବାଥ୍‌ରୁମରେ ଏମିତି କୌଣସି ବି କାମ କରିବା ଉଚିତ ନୁହେଁ, ଯଦ୍ଦ୍ଵାରା ବାସ୍ତୁ ଦୋଷ ଲାଗିବ। ଯଦି ଆମେ ବାଥ୍‌ରୁମରେ ଏହି ସବୁ କାମ କରିବା ନାହିଁ, ତା’ହେଲେ ଅନେକ ସମସ୍ୟାରୁ ଆମକୁ ଛୁଟ୍‌କାରା ମିଳିପାରିବ। ଆସନ୍ତୁ ଜାଣିବା, ଘରର ବାଥ୍‌ରୁମରେ କେଉଁ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ।

୧. ଘରର ସୁଖ, ଶାନ୍ତି ଏବଂ ସମୃଦ୍ଧିକୁ ବଜାୟ ରଖିବା ପାଇଁ ବାଥ୍‌ରୁମରେ ନୀଳ ରଙ୍ଗର ଟବ୍‌, ବାଲ୍‌ଟି ଓ ମଗ୍‌ ବ୍ୟବହାର କରନ୍ତୁ।

୨. ଗାଧୁଆ ଘରେ ସବୁବେଳେ ଟବ୍‌ ଏବଂ ବାଲ୍‌ଟିରେ ପାଣି ଭରିକି ରଖନ୍ତୁ।

୩. ଗାଧୁଆ ଘର କବାଟ ସବୁବେଳେ ବନ୍ଦ ରଖନ୍ତୁ।

୪. ବାଥ୍‌ରୁମ କବାଟ ସାମ୍ନାରେ କେବେ ବି ଆଇନା ରଖନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଘରେ ନେଗେଟିଭ୍‌ ଶକ୍ତି ପ୍ରବେଶ କରିଥାଏ।

୫. ବାଥ୍‌ରୁମରେ ନଳ ପାଣିକୁ କେବେ ବି ଖୋଲା ଛାଡ଼ିବା ଉଚିତ ନୁହେଁ। ଏମିତି କଲେ ଆର୍ଥିକ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ।

୬. ଘରର ବାଥ୍‌ରୁମରେ ଅଳ୍ପ ଲୁଣ ସବୁବେଳେ ରଖିବା ଉଚିତ। ଏହାଦ୍ୱାରା ଘରେ ପଜିଟିଭ୍‌ ଏନର୍ଜି ସୃଷ୍ଟି ହୋଇଥାଏ।

୭. ବାଥ୍‌ରୁମକୁ ସବୁବେଳେ ସଫାସୁତରା ରଖିବା ଉଚିତ। ଏହାଦ୍ୱାରା ବି ଘରେ ପଜିଟିଭ୍‌ ଏନର୍ଜିର ପ୍ରବାହ ଲାଗି ରହିଥାଏ।

୮. କଦାପି ଘରର ବାଥ୍‌ରୁମ ଏବଂ ଟଏଲେଟ୍‌ ଏକସାଥୀରେ ରଖିବା ଉଚିତ ନୁହେଁ। କାରଣ, ବାସ୍ତୁଶାସ୍ତ୍ର ଅନୁସାରେ, ଘରର ବାଥ୍‌ରୁମରେ ଚନ୍ଦ୍ରମା ଏବଂ ଟଏଲେଟ୍‌ରେ ରାହୁ ବାସ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.