Below header

କେଦାରନାଥରେ ଆଜି ବି ଚଳପ୍ରଚଳ କରୁଛନ୍ତି ମହାଦେବ !

କେଦାର ନାଥ ଧାମ ବିଷୟରେ ଆପଣ ବହୁତ୍ କିଛି ଜାଣିଛନ୍ତି ଏଠାରେ ମହାଦେବଙ୍କ ବହୁ ପ୍ରାଚୀନ ମନ୍ଦିର ରହିଛି। ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ହେଉଛି କେଦାରନାଥ ଧାମ । ହିମାଳୟର କେଦାର ଶିଖରରେ ଅବସ୍ଥିତ ଏହି ମନ୍ଦିର । ହେଲେ କେଦାରନାଥର ରହସ୍ୟମୟ ଚମତ୍କାର ବିଷୟରେ ବହୁତ କମ ଲୋକ ଜାଣନ୍ତି। ୨୦୧୩ରେ ଘଟିଥିବା ଘଟଣା ହୁଏତ ଆପଣଙ୍କର ମନେଥିବ। ଏହି ବର୍ଷ କେଦାରନାଥ ମନ୍ଦିର ନିକଟରେ ବହି ଯାଇଥିବା ମନ୍ଦାକିନୀ ନଦୀ ତାର ପ୍ରଳୟଙ୍କାରୀ ଦୃଶ୍ୟ ଦେଖାଇଥିଲା। ନିଜ ସହ ବୁହାଇ ନେଇଥିଲା ବହୁତ୍ କିଛି। ଏ ନଦୀ କେଦାରନାଥ ମନ୍ଦିରରେ ଏମିତି ମାଡ଼ ହେଉଥିଲା ଲାଗୁଥିଲା ଯେମିତି ମନ୍ଦିର ସଙ୍ଗେ ସଙ୍ଗେ ହିଁ ଭାଙ୍ଗିଯିବ। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ମନ୍ଦିର ନିକଟରେ ପହଂଚି ମନ୍ଦାକିନୀ ନଦୀ ଶାନ୍ତ ହୋଇଗଲା।

ଆପଣ ଜାଣନ୍ତି କେଦାରନାଥ ଜ୍ୟୋତିର୍ଲିଙ୍ଗକୁ କାହିଁକି ଜୀବନ୍ତ କୁହାଯାଏ? ଆମେ ଯାହା କହିବାକୁ ଯାଉଛୁ ତାହା କୌଣସି କାହାଣୀ ନୁହେଁ। ଏହା ସତ ଘଟଣା। ପୁର୍ବରୁ ଆମ ଦେଶରେ ବସ ଟ୍ରେନ୍ ର ସୁବିଧା ଉପଲବ୍ଧ ନଥିଲା । ପଇସା ବାଲା ଲୋକ ଶଗଡ଼ର ବ୍ୟବହାର କରୁଥିଲେ ଆଉ ଗରିବ ଲୋକଙ୍କ ସାହାରା ଥିଲା ତାଙ୍କ ଗୋଡ। ସେହି ସମୟରେ ଜଣେ ଶିବ ଭକ୍ତ କେଦାରନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବାକୁ ଇଚ୍ଛା କଲେ। ଗରିବ ହୋଇଥିବାରୁ ଆରମ୍ଭ କଲେ ପଦଯାତ୍ରା। ଲୋକଙ୍କୁ ପଚାରି ପଚାରି ଆଗକୁ ବଢ଼ିଲେ। ଘରୁ ବାହାରିବାରୁ ସେ ଶିବଙ୍କୁ ଧ୍ୟାନ କରି କରି ଚାଲୁଥିଲେ । ଏମିତି ସେ ଦୁଇମାସ ଚାଲିଲେ, ଯେତେବେଳେ ସେ କେଦାରନାଥ ପହଞ୍ଚିଲେ ସେଠାରେ ବରଫ ପଡ଼ିଥିଲା ଆଉ ବହୁ ଦୂର ଯାଏଁ କେହି ଦେଖାଯାଉନଥିଲେ । କିଛି ଲୋକ କହିଲେ ମନ୍ଦିର ବନ୍ଦ ଅଛି।

templeଆପଣ ଜାଣିଥିବେ କେଦାରନାଥ ୬ମାସ ଖୋଲେ ଏବଂ ୬ମାସ ବନ୍ଦ୍ ରୁହେ। ଭକ୍ତ ଯେତେବେଳେ ପହଞ୍ଚିଲେ ସେହି ଦିନ ହିଁ କେଦାରନାଥ ମନ୍ଦିର କବାଟ ବନ୍ଦ ହେଲା କବାଟ ବନ୍ଦ କରି ପୂଜକ ଫେରୁଥିଲେ, ଭକ୍ତ ଜଣଙ୍କ ପୂଜକଙ୍କୁ ହାତ ଯୋଡ଼ି କହିଲେ ସେ କେଦାରନାଥଙ୍କୁ ଦର୍ଶକ କରିବାକୁ ଚାହୁଁଛନ୍ତି । ପୂଜକ କହିଲେ ଏବେ ମନ୍ଦିର ୬ମାସ ପରେ ଖୋଲିବ। ଏହା ଶୁଣି ଭକ୍ତ କାନ୍ଦି ପକାଇଲେ। ପୁଣି ପୂଜକଙ୍କ ଗୋଡ ହାତ ଧରି ପକାଇଲେ । କହିଲେ ଦୁଇ ମାସ ଚାଲି ଚାଲି ଆସିଛି, ମୋତେ ମହାଦେବଙ୍କ ଦର୍ଶନ କରିବାକୁ ଦିଅନ୍ତୁ । ପୂଜକ କହିଲେ ୬ ମାସ ଅପେକ୍ଷା କର। ଏଠି ଗୋଟେ ରାତି କାଟିବା କଷ୍ଟ, ତେଣୁ ଫେରିଯାଅ।

ପୂଜାରୀ ଚାଲିଗଲେ। ସେହି ବ୍ୟକ୍ତିଙ୍କ ପାଖରେ ପଇସା ବି ନଥିଲା ସେ ପୂଜାରୀଙ୍କୁ ପଇସା ଦେଇ କହିପାରିଥାନ୍ତେ ଯେ କବାଟ ଖୋଲିବାକୁ। ହେଲେ ଉପାୟ ଶୂନ୍ୟ ହୋଇ ଭକ୍ତ ନିରାଶ ହୋଇ ମନ୍ଦିର ପାଖରେ ବସି ପଡ଼ିଲେ। ଭଗବାନଙ୍କୁ ଦେଖିବାର ଇଚ୍ଛା ମନରୁ ମରୁ ନଥିଲା। ଠାଣି ନେଲେ ଦର୍ଶନ କରିକି ହିଁ ଫେରିବେ। ନିଜ ପ୍ରଭୁଙ୍କ ଉପରେ ଭକ୍ତର ପୁରା ବିଶ୍ୱାସ ଥିଲା। ମହାଦେବ ତାଙ୍କ ଲୀଳା ଦେଖାଇବେ ଭାବି ସେଇଠାରେ ବସିଗଲେ ଭକ୍ତ।

kedarକେଦାରନାଥ ବରଫ ପାହାଡ ଉପରେ ବସି ଶିବଙ୍କୁ ସ୍ମରଣ କରିଚାଲିଲେ ସେହି ଭକ୍ତ। ରାତିରେ ଅଘୋରି ବାବା ଜଣେ ଆସିଲେ ତାଙ୍କୁ ଖାଇବାକୁ ଦେଲେ ନିଆଁ ଜଳେଇଲେ। ଦୁଇମାସ ଚାଲିବା ପରେ ଏତେ ଥଣ୍ଡା ପୁଣି ପାଖରେ ନିଆଁ ଲାଗିଛି ଗରମ ଉତ୍ତାପ ଏବଂ ପେଟ ପୂରା ଖାଇବା ବି ସରିଛି ତେଣୁ ଭକ୍ତଙ୍କ ର ଆଖି ଲାଗିଗଲା । ସକାଳୁ ଉଠି ଦେଖିଲା ବେଳକୁ ପାହାଡ଼ରୁ ବରଫ ପଲେଇଚି। ଅଘୋରୀ ବାବା ନାହାଁନ୍ତି। ଲାଗୁଥିଲା ଯେମିତି ଏହା ଶୀତ ଦିନ ନୁହେଁ। କିଛି ସମୟ ପରେ ମନ୍ଦିର ପୂଜକ ନିଜ ସହିତ କିଛି ଲୋକଙ୍କୁ ନେଇ ମନ୍ଦିର ଆଡେ ଆସୁଥିଲେ। ଯେବେ ପୂଜକଙ୍କୁ ଭକ୍ତ ପଚାରିଲେ କଣ ଆଜି ମନ୍ଦିର ଖୋଲା ଯିବ। ପୂଜାରୀ କହିଲେ ହଁ ଆଜି ୬ମାସ ପରେ ମନ୍ଦିର ଖୋଲିବ।

ଏହାଶୁଣି ଶିବ ଭକ୍ତ କହିଲେ ଆପଣ କାଲି ହିଁ ତ ମନ୍ଦିର ବନ୍ଦ କରିକି ଯାଇଥିଲେ, ଏତିକି ଶୁଣି ପୂଜକ କହିଲେ ତୁମେ କଣ ସେଇ ଲୋକ ଯିଏ ୬ମାସ ତଳେ ଦର୍ଶନ ପାଇଁ ଆସିଥିଲେ ମୁଁ କହିଥିଲି ଏ କବାଟ ୬ମାସ ପରେ ଖୋଲିବ। ଭକ୍ତ କହିଲେ ହଁ ହେଲେ ଆପଣ ତ କାଲି ହିଁ ଏସବୁ କହିଥିଲେ।ପୂଜକଙ୍କୁ ସନ୍ଦେହ ହେଲା। ପୂଜକ ପଚାରିଲେ ରାତିରେ ତୁମ ସହ କଣ ହୋଇଥିଲା ମନେଅଛି। ଶିବ ଭକ୍ତ କହିଲେ ହଁ ରାତିରେ ଜଣେ ଆଘୋରୀ ବାବା ମୋ ପାଖକୁ ଆସିଥିଲେ। ଯାହା ସବୁ ଘଟିଥିଲା ଗୋଟି ଗୋଟି କରି କହିଲେ।

ପୂଜାରୀ ପଚାରିଲେ ବାବା କେମିତି ଦେଖାଯାଉଥିଲେ। ଭକ୍ତ କହିଲେ ପୁରା ଆଘୋରିଙ୍କ ଭଳି। ଲମ୍ବା ଲମ୍ବା ଜଟ, ହାତରେ ତ୍ରିଶୂଳ ଆଉ ମଥାରେ ପାଉଁଶ। ବାସ୍ ପୂଜକ ବୁଝିଗଲେ ଆଉ ସଙ୍ଗେ ସଙ୍ଗେ ସେହି ଭକ୍ତଙ୍କ ଗୋଡ ତଳେ ପଡ଼ିଗଲେ ଓ କହିଲେ ତୁମେ ଧନ୍ୟ, ତୁମେ ସ୍ଵୟଂ କେଦାରନାଥଙ୍କୁ ଦର୍ଶନ କରିଛ। ଏତେ ବର୍ଷ ହେଲା ଆମକୁ ଦର୍ଶନ ମିଳିନି ହେଲେ ତୁମ ପାଇଁ ୬ ମାସ ଗୋଟାଏ ଦିନ ହୋଇଗଲା। ଯୋଗମାୟାଙ୍କୁ କହି ସ୍ଵୟଂ ଶିବ ଏସବୁ କରିଛନ୍ତି। ଏଥିପାଇଁ ଆଜିବି ମାନ୍ୟତା ରହିଛି ମହାଦେବ ଏବେବି ଜୀବିତ ଅଛନ୍ତି। ଏଇ ପାହାଡ଼ରେ ଚଳ ପ୍ରଚଳ କରୁଛନ୍ତି। ଆଜିବି କେଦାର ନାଥରେ ଭକ୍ତ ଅନୁଭବ କରି ପାରନ୍ତି ଶିବଙ୍କ ଉପସ୍ଥିତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.