Below header

ହାଇଟେକ ଛକରୁ ଦୟା ବ୍ରିଜ ଯାଏ ୧୨ କିଲୋମିଟର ରାସ୍ତାରେ ଜଳିଲା ଲାଇଟ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍):  ଭୁବନେଶ୍ୱର-ପୁରୀ ବାଇପାସ୍‌ ହେଲା ଆଲୋକମୟ । ହାଇଟେକ ଛକରୁ ଦୟା ବ୍ରିଜ ଯାଏ ୧୨ କିଲୋମିଟର ରାସ୍ତାରେ ଜଳିଲା ଲାଇଟ । ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାସ୍ତା ପାଇଁ ୩୮୭ଟି ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟ ବ୍ୟବହାର ହୋଇଥିବା ବେଳେ ସବୁଥିରେ ୨ଟି ଲେଖାଏଁ ମୋଟ୍‌ ୭୭୪ଟି ଏଲଇଡି ବଲବ୍‌ ଲାଗିଛି । ୩ଟି ପ୍ରମୁଖ ଛକରେ ହାଇମାଷ୍ଟ ବ୍ୟବହାର କରାଯାଇଛି । ଏଥିପାଇଁ ୭ଟି ଟ୍ରାନ୍ସଫର୍ମର ବସିଥିବା ବେଳେ ୨ କୋଟି ୮୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

lightning

୯ ବର୍ଷ ତଳେ ବାଇପାସ୍‌ ରାସ୍ତା ଲୋକର୍ପିତ ହୋଇଥିଲେ ମଧ୍ୟ ଆଲୋକୀରଣ ହୋଇନଥିଲା । ରାସ୍ତା ଅନ୍ଧାର ରହୁଥିବାରୁ ବିଭିନ୍ନ ସମୟରେ ଚୋରି ସହ ଛିନତାଇ ଘଟଣା ଘଟୁଥିବା ଅଭିଯୋଗ ହେଉଥିଲା । ଆଲୋକୀକରଣ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨ କୋଟି ୮୦ ଲକ୍ଷ ଟଙ୍କା ବିଏମସିକୁ ଅନୁଦାନ ଦିଆଯାଇଥିଲା । ଏଥିପାଇଁ ୨୦୧୯ ଫେବ୍ରୁୟାରୀରେ ଟେଣ୍ଡର ଦିଆଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.