Below header

ଜନି ଲିଭର୍‌ଙ୍କ ଝିଅ ଜ୍ୟାମୀ ଲିଭର୍‌ ‘ମୁକାବଲା’ ଗୀତରେ କଲେ ଧମାକାଦାର ଡ୍ୟାନ୍ସ, ଦେଖିଲେ ଆପଣ ବି କହିବେ ବାଃ ବାଃ

ବଲିଉଡ୍‌ରେ ଅନେକ ଷ୍ଟାର୍‌ କିଡ୍‌ସ ନିଜ ପ୍ୟାରେଣ୍ଟସ୍‌ଙ୍କ ନାଁ ଉଜ୍ଜ୍ୱଳ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡ୍‌ର ଜଣାଶୁଣା କମେଡିଆନ୍‌ ଜନି ଲିଭର୍‌ଙ୍କ ଝିଅ ଜ୍ୟାମୀ ଲିଭର୍‌। ବାପାଙ୍କ ଭଳି ସେ ମଧ୍ୟ ବଢ଼ିଆ କମେଡି କରନ୍ତି ଏବଂ ଷ୍ଟାଣ୍ଡଅପ୍‌ କମେଡିରେ ତାଙ୍କର ବହୁତ ନାଁ ରହିଛି। କିନ୍ତୁ କମେଡି ବ୍ୟତୀତ ଜ୍ୟାମୀଙ୍କର ଡ୍ୟାନ୍ସିଂରେ ବି ଖୁବ୍‌ ସଉକ ଅଛି।

ନିକଟରେ ଜ୍ୟାମୀଙ୍କ ୟୁଟ୍ୟୁବ ଚ୍ୟାନେଲରେ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏଥିରେ ସେ ‘ଷ୍ଟ୍ରୀଟ୍‌ ଡ୍ୟାନ୍ସର ଥ୍ରୀଡି’ର ଗୀତ ‘ମୁକାବଲା’ରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଏଥିରେ ତାଙ୍କ କୋରିଓଗ୍ରାଫର ରାଜେଶ ଜେଠଓ୍ଵା ମଧ୍ୟ ତାଳ ମିଳାଉଥିବା ଦେଖିବାକୁ ମିଳୁଛନ୍ତି।

ଜ୍ୟାମୀଙ୍କ ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଭ୍ୟୁଜ୍‌ ମିଳିସାରିଲାଣି। ଜ୍ୟାମୀଙ୍କୁ ଏବେ ୩୩ ବର୍ଷ। ସେ ଲଣ୍ଡନର େଓ୍ଵଷ୍ଟମିନ୍‌ଷ୍ଟର ୟୁନିଭର୍ସିଟିରୁ ମାର୍କେଟିଂ କମ୍ୟୁନିକେଶନରେ ଡିଗ୍ରୀ ହାସଲ କରିଛନ୍ତି। ସେ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ଭାବେ କମେଡି ସର୍କସରେ ଭାଗ ନେଇଥିଲେ।

video courtesy: jamie lever

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.