Below header

ଚୋର ଲେଖିଲା ପ୍ରାୟଶ୍ଚିତ ଚିଠି, ନଅ ବର୍ଷ ପରେ ଫେରାଇଲା ଠାକୁର ଗୋପୀନାଥଙ୍କ ଚୋରି ଗହଣା

ରାଜଧାନୀ ଭୁବନେଶ୍ଵରର ଉପକଣ୍ଠ ଗୋପୀନାଥପୁର ଗାଁରେ ଏଭଳି ଘଟଣା ସାମନାକୁ ଆସିଛି। ୨୦୧୪ ମସିହାରେ ଗୋପୀନାଥ ମନ୍ଦିରରୁ ଠାକୁରଙ୍କ ରୁପା ଅଳଙ୍କାର ଚୋରି ହୋଇଥିଲା। ଠାକୁରଙ୍କ ରୁପା ବଂଶୀ, ଛତା, ମୁକୁଟ, ରୁପା ଆଖି, ଥାଳି, ଘଣ୍ଟ ଚୋରି ହୋଇଥିଲା । ସେତେବେଳେ ଲିଙ୍ଗରାଜ ଥାନାରେ ଏନେଇ ଅଭିଯୋଗ କରିଥିଲେ ଗ୍ରାମବାସୀ। ହେଲେ ନା ଚୋର ଧରାପଡିଥିଲା ନା ମିଳିଥିଲା ଚୋରି ସାମଗ୍ରୀ । ଏବେ ଘଟଣାର ୯ ବର୍ଷ ପରେ ଏବେ ନିଜେ ଚୋର ସମସ୍ତ ଚୋରି ସାମଗ୍ରୀ ଫେରାଇଛି।

ଭୁବନେଶ୍ୱର (କେନ୍ୟୁଜ): “ହଁ ମାନୁଛି ନଅ ବର୍ଷ ତଳେ ପ୍ରଭୁ ଗୋପୀନାଥଙ୍କର ଅଳଙ୍କାର ସବୁ ଚୋରି କରି ନେଇଯାଇଥିଲି। ହେଲେ ଶାନ୍ତିରେ ଗୋଟିଏ ଦିନ ବି ରହିପାରିନି। ବିଭିନ୍ନ ରୋଗ ବ୍ୟାଧି ହେଲା । ଯେତେ ଯୁଆଡେ ଡାକ୍ତର ଦେଖାଇଲି ଭଲ ହୋଇପାରୁନଥିଲା । ଯୁଆଡେ ଗଳି କନ୍ଦି ଗଲି ସାପ ଜଗି ବସି ରହିଲା । ବଡ ହିନସ୍ତା ହେଲା ପରେ ଆଜିର ଦିନରେ ନଅ ବର୍ଷ ତଳେ ନେଇଥିବା ଗୋପୀନାଥଙ୍କ ଅଳଙ୍କାର ଫେରାଇ ଦେଇ ଯାଉଛି । ଗୋପୀନାଥଙ୍କୁ ପିନ୍ଧାଇ ଦେବେ। ତାସାଙ୍ଗକୁ ଜୋରିମାନା ଓ ଦକ୍ଷିଣା ଦେଇ ଯାଉଛି । “ଏମିତି କିଛି ଲେଖା ଥିବା ଛୋଟ କାଗଜ ଖଣ୍ଡେ ଛାଡି ଚାଲିଯାଇଥିଲା ଚୋର । ଯାହା ଲେଖାଥିଲା ଇଂରାଜୀରେ ।

gopinath

ରାଜଧାନୀ ଭୁବନେଶ୍ଵରର ଉପକଣ୍ଠ ଗୋପୀନାଥପୁର ଗାଁରେ ଏଭଳି ଘଟଣା ସାମନାକୁ ଆସିଛି। ୨୦୧୪ ମସିହାରେ ଗୋପୀନାଥ ମନ୍ଦିରରୁ ଠାକୁରଙ୍କ ରୁପା ଅଳଙ୍କାର ଚୋରି ହୋଇଥିଲା । ଠାକୁରଙ୍କ ରୁପା ବଂଶୀ, ଛତା, ମୁକୁଟ, ରୁପା ଆଖି, ଥାଳି, ଘଣ୍ଟ ଚୋରି ହୋଇଥିଲା । ସେତେବେଳେ ଲିଙ୍ଗରାଜ ଥାନାରେ ଏନେଇ ଅଭିଯୋଗ କରିଥିଲେ ଗ୍ରାମବାସୀ । ହେଲେ ନା ଚୋର ଧରାପଡିଥିଲା ନା ମିଳିଥିଲା ଚୋରି ସାମଗ୍ରୀ । ଏବେ ଘଟଣାର ୯ ବର୍ଷ ପରେ ଏବେ ନିଜେ ଚୋର ସମସ୍ତ ଚୋରି ସାମଗ୍ରୀ ଫେରାଇଛି ।

prabhu

ଗତ ଶନିବାର ଦିନ ରାତିରେ ଧଉଳି ଥାନା ଅନ୍ତର୍ଗତ ଗୋପୀନାଥପୁରୁ ଗାଁର ତୁଷାର ମହାନ୍ତିଙ୍କ ଘର ତୁଳସୀ ଗଛ ପାଖରେ ନଅ ବର୍ଷ ତଳର ଚୋରି ହୋଇଥିବା ଗୋପୀନାଥ ଠାକୁରଙ୍କ ସବୁ ଅଳଙ୍କାର ଫେରାଇଛି ଚୋର । ଚୋରି କରିଥିବାରୁ ୧୦୧ ଟଙ୍କା ଜରିମାନା ସାଙ୍ଗକୁ ୨୦୧ଟଙ୍କା ଦକ୍ଷିଣା ମଧ୍ୟ ଦେଇଛି। ତାସାଙ୍ଗକୁ ଚୋରି ଜିନିଷ ଫେରେଇବା ସ୍ଥାନରେ ଏକ ଚିଠି ଛାଡି ଦେଇଯାଇଛି । ଦୋଷ ସ୍ୱୀକାର କରିଛି ଚୋର। ତେବେ ରବିବାର ସକାଳୁ ତୁଷାର ମହାନ୍ତି ଓ ତାଙ୍କ ମାଆ ପ୍ରଥମେ ଦେଖିଥିଲେ ନାଗ ସାପ ତାଙ୍କର ତୁଳସୀ ଗଛ ନିକଟରେ ବସି ରହିଛି । ଆଉ ଏକ କପଡାରେ ଗୁଡାହୋଇ କିଛି ସାମଗ୍ରୀ ରହିଛି। କପଡା ଖୋଲି ଦେଖିଲାବେଳକୁ ପ୍ରଭୁ ଗୋପୀନାଥଙ୍କ ଚୋରି ହେୋଇଥିବା ସବୁ ଅଳଙ୍କାର । ଏକଥା ଧୀରେ ଧୀରେ ପ୍ରଘଟ ହେବାପରେ ଆଖ ପାଖ ଅଞ୍ଚଳରେ ଚହଳ ପଡିଲା । ଚୋରି ଅଳଙ୍କାର ଦେଖିବା ପାଇଁ ଜମିଲା ଭିଡ ।

nana

ତେବେ ଏଭଳି ଘଟଣା ପରେ ଧଉଳି ଗୋପୀନାଥପୁରୁ ଗ୍ରାମବାସୀ ବହୁତ ଖୁସି ଅଛନ୍ତି । ନିଜ ପ୍ରଭୁ ଗୋପୀନାଥଙ୍କ ଅଳଙ୍କାର ନଅ ବର୍ଷ ପରେ ଫେରି ପାଇଥିବାରୁ ସେମାନେ ଭାବବିହ୍ବଳ ହୋଇପଡିଛନ୍ତି । ଏପଟେ ଚିଠି ଲେଖି ଜରିମାନା ସହିତ ଦକ୍ଷିଣା ବି ଦେଇଛି ଅନୁତପ୍ତ ଚୋର । ତେବେ ବିଶ୍ବାସ ରହିଛି ଗୋପୀନାଥ ଠାକୁର ଭାରି ପ୍ରତକ୍ଷ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.