Below header

ଭୁବନେଶ୍ୱର ଟ୍ରାଫିକ୍‌ ପୋଲିସ୍‌ କଲେ ଏଭଳି କାମ, ବାହାବା ବଦଳରେ ସମାଲୋଚନା; ସ୍କୁଟିରୁ ଚାବି ଛଡ଼ାଇ ନେଲେ କାହିଁକି ?

ଭୁବନେଶ୍ୱର (କେନ୍ୟୁଜ୍‌) : ଆପଣଙ୍କ ପୋଲିସ, ଆପଣଙ୍କ ସୁରକ୍ଷା । ଇଏ ହେଉଛି କମିଶନରେଟ ପୋଲିସର ସ୍ଲୋଗାନ । ପୁଣି ଲୋକାଭିମୁଖୀ ହେବା ପାଇଁ ଅନେକ ଯୋଜନା କରୁଛି । ହେଲେ ହେଲେ ନିଜ ଛୁଆକୁ ଘରେ ଛାଡି ଆସିବା ପରେ ଫାଇନ୍ ଦେବେ କହିଲେ ଓ ନେହୁରା ହୋଇ ଗୋଡ଼ ତଳେ ପଡ଼ିଲେ ଜଣେ ମହିଳା । ତଥାପି ପୋଲିସ୍‌ ବାବୁଙ୍କ ମନ ତରଳିଲା ନାହିଁ । ସେ ମହିଳାଙ୍କ ସ୍କୁଟି ଚାବି ଛଡାଇ ନେଲେ । ଭୁବନେଶ୍ୱରରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ଭାଇରାଲ ହୋଇଯାଇଛି । ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି ।
ମହିଳା ଜଣକ ନିଜ ଛୋଟ ଝିଅକୁ ଧରି ସ୍କୁଲରୁ ଫେରୁଥିଲେ । ହେଲମେଟ ଥିଲେ ବି ପିନ୍ଧିନଥିଲେ । ଟ୍ରାଫିକ୍‌ ପୋଲିସ୍‌ ହାବୁଡ଼ରେ ପଡ଼ିଗଲେ । ମହିଳା ଜଣକ ହାତ ଯୋଡ଼ିଲେ ଓ ପୋଲିସ୍‌ ବାବୁଙ୍କ ଗୋଡ଼ ଧରିବାକୁ ବି ପଛାଇଲେ ନାହିଁ । କହିଲେ ଝିଅକୁ ଭାରି ଭୋକ ହେଉଛି ମୁଁ ତାକୁ ଘରେ ଛାଡ଼ି ଆସି ଫାଇନ୍‌ ଦେଇଯିବି। କିନ୍ତୁ ଖାକି ବାବୁଙ୍କ ହୃଦୟ ତରଳିଲାନି । ଆଜି ଦିନ ପ୍ରାୟ ୧୨ଟା ବେଳେ କମିଶନରେଟ ପୋଲିସ ପକ୍ଷରୁ ଚାଲିଥିଲା ଟ୍ରାଫିକ ଚେକିଂ । ସେତିକି ବେଳେ ମହିଳା ଜଣକ ପୋଲିସ୍‌ ହାବୁଡ଼ରେ ପଡ଼ିଗଲେ । ହେଲମେଟ ପିନ୍ଧି ନଥିବାରୁ ମହିଳା ଜଣଙ୍କ ଭୁଲ ମାନିଲେ । ଗୁହାରି କଲେ ଝିଅକୁ ଘରେ ଛାଡି ଆସି ଫାଇନ୍ ଦେବେ । ଉପସ୍ଥିତ ଲୋକ ବି କହିଲେ ମାନବିକତା ଦୃଷ୍ଟିରୁ ଓ ଜଣେ ମହିଳା ହୋଇଥିବାରୁ ତାଙ୍କୁ ଛାଡ଼ି ଦେବାକୁ । ହେଲେ ନଛୋଡ଼ବନ୍ଦା ଥିଲେ ପୋଲିସ କର୍ମଚାରୀ । ପୂରା ନିୟମରେ ଚାଲିଲେ ଏପରିକି ମହିଳାଙ୍କ ସ୍କୁଟିରୁ ଚାବି ଛଡାଇ ନେଲେ । ଅବଶ୍ୟ ପୋଲିସ୍‌ ଗାଡ଼ିରେ ମହିଳା ଜଣଙ୍କୁ ଘରେ ଛାଡ଼ି ଦେବାକୁ ସେ କହିଛନ୍ତି ।
ହେଲେ ଏଠି ବଡ଼ ପ୍ରଶ୍ନ ହେଉଛି କେଉଁ ନିୟମ ବଳରେ ଗାଡ଼ିରୁ ଚାବି ଛଡ଼ାଇ ନେଲା ପୋଲିସ ? ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଅନ୍ଲାଇନରେ ଚାଲାଣ କାଟିବାର ବ୍ୟବସ୍ଥା ରହିଛି । ସେଭଳି ନକରି ସର୍ବସମ୍ମୁଖରେ ମହିଳାଙ୍କୁ ହଇରାଣ କରିବା ପଛରେ ଉଦ୍ଦେଣ୍ୟ କ’ଣ ? ଏଭଳି ହେଲେ ପୋଲିସ ପ୍ରତି ସାଧାରଣ ଲୋକଙ୍କ ମନୋଭାବ କଣ ବଦଳିବ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.