Below header

ଭାଇରାଲ ହେଉଛି ବିବିନଗର ସରପଞ୍ଚଙ୍କ ଦବଙ୍ଗଗିରି ଭିଡିଓ, ଗିରଫ ଦାବି କଲା ବାସୁଦେବପୁର ରିଟେଲର ସଂଘ

ବାସୁଦେବପୁର(କେନ୍ଯୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିବିନଗର ପଂଚାୟତର ନବ ନିର୍ବାଚିତ ସରପଞ୍ଚ ଆଦିତ୍ୟ କୁମାର ଗିରିଙ୍କ ଦବଙ୍ଗଗିରି । ଯାହାର ଭିଡିଓ ମୋବାଇଲରୁ ମୋବାଇଲ ଭାଇରାଲ ହେବାର ଲାଗିଛି । ବିଦେଇପୁର ହାଟରେ ଥିବା ଏକ ଦୋକାନ ଘର ମଧ୍ୟରେ ରିଟେଲର ଦିବାକର ସ୍ୱାଇଁଙ୍କ ସାନଭାଇ ପ୍ରଭାକର ବିବିନଗର ହିତାଧିକାରୀ ମାନଙ୍କୁ ଚାଉଳ ବଣ୍ଟନ କରୁଥିଲେ । ଉକ୍ତ ସମୟରେ ବିବିନଗର ସରପଞ୍ଚ ଆଦିତ୍ୟ ଗିରି ସେଠାରେ ପହଁଚି ସାମଗ୍ରୀ ବଣ୍ଟନ କରୁଥିବା ବ୍ୟକ୍ତିଙ୍କୁ ଏଠାରେ ବିବିନଗର ଚାଉଳ କାହିଁକି ଦେଉଛ ବୋଲି ପ୍ରଶ୍ନ କରିଥିଲେ । କିଛି ସମୟପରେ ସରପଞ୍ଚ ଶ୍ରୀ ଗିରି ଉତ୍ତେଜିତ ହୋଇ ଖାଉଟି ସାମଗ୍ରୀ ବଣ୍ଟନ କରୁଥିବା ପ୍ରଭାକର ଓ ସାହାର୍ଯ୍ୟ କରୁଥିବା ବିକାଶ ମଣ୍ଡଳଙ୍କ ସହିତ ସତଧ୍ୱଜ ମଣ୍ଡଳକୁ ମାଡ ମାରିବା ଭିଜୁଆଲ ଏବେ ଭାଇରାଲ ହେବାର ଲାଗିଛି ।

ଏହି ଘଟଣାକୁ ନେଇ ରେଟଲର ଦିବାକର ସ୍ୱାଇଁ କଶିଆ ଥାନାରେ ସରପଞ୍ଚ ଶ୍ରୀ ଗିରିଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ । ହେଲେ ଆଜି ବାସୁଦେବପୁର ସମସ୍ତ ରିଟେଲର ସଂଘ ବାସୁଦେବପୁର ବ୍ଲକରେ ପହଁଚି ବିଡିଓ ସତ୍ୟଜିତ୍ ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସରପଞ୍ଚ ଶ୍ରୀ ଗିରିଙ୍କ ବିରୁଦ୍ଧରେ ଯେତେ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନନିଆଯାଇଛି ସେତେ ପର୍ଯ୍ୟନ୍ତ ଖାଉଟି ସାମଗ୍ରୀ ବଣ୍ଟନରେ ବାଧା ସୃଷ୍ଟି କରିବୁ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ମାଡ ମାରିବା ପରେ ସରପଞ୍ଚ ଶ୍ରୀ ଗିରି ନିଜର ମୋବାଇଲ ବନ୍ଦ ରଖିବା ସହିତ ଫେରାର ହୋଇଯାଇଥିବା ଶୁଣିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.