ବାଙ୍କୀ: ଅରାଚଣ୍ଡୀ ମନ୍ଦିରରୁ ଅଜଗର ସାପ ଉଦ୍ଧାର

ବାଙ୍କୀ(କେନ୍ୟୁଜ୍): ଚନ୍ଦକା-ଡ଼ମପଡା ଅଭୟାରଣ୍ୟର ଉତ୍ତର ପାର୍ଶ୍ଵରେ ବାଙ୍କୀ ଜାତମୁଣ୍ଡିଆ ନିକଟସ୍ଥ ମା ଅରାଚଣ୍ଡୀ ମନ୍ଦିର ବେଢ଼ା ଭିତରେ ଏକ ଅଜଗର ସାପ ବୁଲୁଥିବାର ଦେଖି ସ୍ଥାନୀୟ ଯୁବକମାନେ ବାଙ୍କୀ ସ୍ନେକ ହେଲ୍ପଲାଇନ ସଂଯୋଜକ ଲଳିତ ମୋହନ ପଣ୍ଡାଙ୍କୁ ଖବର ଦେଇଥିଲେ।ଖବରପାଇ ଶ୍ରୀ ପଣ୍ଡା ପହଁଚି ଅଜଗରଟିକୁ କୌଶଳ କ୍ରମେ ଧରି ଚନ୍ଦକା ଅଭୟାରଣ୍ୟ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦେଇଛନ୍ତି।