Below header

ବାରିପଦାରେ ବିଶାଳ ଗଣଦୌଡ଼, ଯୋଗ ଦେଇଥିଲେ ୫୦୦ରୁ ଅଧିକ ପ୍ରତିଯୋଗୀ

ବାରିପଦା(କେନ୍ଯୁଜ୍) : ବିଶ୍ୱକପ୍ ହକି ପାଇଁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମା ବାରିପଦାଠାରେ ଏକ ବିଶାଳ ଗଣଦୌଡ଼ ଅନୁଷ୍ଠିତ ହୋଇଛି। ବିଶ୍ୱକପ୍ ହକିର ବାର୍ତ୍ତା ନେଇ ଦୌଡିଥିଲା ସମଗ୍ର ବାରିପଦା ସହର। ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍ ଓ ଲୋକସଭା ସାଂସଦ ରାମଚନ୍ଦ୍ର ହାଂସଦା ଉପସ୍ଥିତ ରହି ଗଣଦୌଡ଼କୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଉଦ୍ଘାଟନ କରିଛନ୍ତି। ବିଭିନ୍ନ ସ୍କୁଲ କଲେଜର ୫୦୦ରୁ ଅଧିକ ପ୍ରତିଯୋଗୀ ଗଣଦୌଡ଼ରେ ସାମିଲ ହୋଇଥିଲେ। ଶେଷରେ କୃତି ପ୍ରତିଯୋଗୀମାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.