Below header

ବିଜେପୁର ଲଢ଼େଇ ପାଇଁ ପ୍ରଚାର ଜୋରଦାର, ମଇଦାନରେ ହେଭିୱେଟ୍

ବିଜେପୁର(କେନ୍ୟୁଜ୍) : ନିର୍ବାଚନ ତାରିଖ ପାଖେଇବା ସହ ବଢ଼ୁଛି ବିଜେପୁର ତାତି । ମଇଦାନରେ ହେଭିୱେଟ୍ । ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର । ଦଳୀୟ ନେତା ଓ କର୍ମୀଙ୍କ ରୋଡ ସୋ’ । ବିଜେପୁର ଲଢ଼େଇ ପାଇଁ ପ୍ରଚାରକୁ ଜୋରଦାର କରିଛି ବିଜେଡି । ଦଳୀୟ ନେତା ଓ କର୍ମୀଙ୍କ ସହ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ଚଳାଇଛନ୍ତି ପ୍ରାର୍ଥୀ ରୀତା ସାହୁ । ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଓ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଆଧାର କରି ଲୋକଙ୍କ ପାଖକୁ ଯାଉଛି ବିଜେଡି ।

ଆଜି ରୀତା ସାହୁଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଳାଇଛନ୍ତି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀପ୍ରସାଦ ମିଶ୍ର। ସେପଟେ ବିଜେପି ମଧ୍ୟ କରିଛି ଜୋରଦାର ପ୍ରଚାର । ଡୋର ଟୁ ଡୋର କ୍ୟାମ୍ପେନ ଚଳାଇଛନ୍ତି ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆ । କଂଗ୍ରେସ ବି ପ୍ରଚାର ଯୁଦ୍ଧକୁ ଜୋରଦାର କଲାଣି। ଘରକୁ ଘର ବୁଲୁଛନ୍ତି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା। କର୍ମୀ ଓ ସମର୍ଥକଙ୍କ ଗହଣରେ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଲକରେ ପ୍ରଚାର ଚଳାଇଛନ୍ତି। ଆଗକୁ ପିସିସି ସଭାପତି ଓ ଦଳର ବରିଷ୍ଠ ନେତା ପ୍ରଚାରର ମଙ୍ଗ ଧରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.