ଜାଣନ୍ତୁ ୧୦ଟି ଅନ୍ଧବିଶ୍ୱାସ ସମ୍ପର୍କରେ, ଯାହା ଉପରେ ସାରା ପୃଥିବୀବାସୀ ବିଶ୍ୱାସ କରିଥାନ୍ତି

ଏକବିଂଶ ଶତାବ୍ଦୀରେ ବି ଲୋକଙ୍କ ମନର କୌଣସି ନା କୌଣସି କୋଣରେ ଅନ୍ଧବିଶ୍ୱାସ ଘର କରି ରହିଛି । ଯେତେ ଆଧୁନିକ ଜୀବନ ଶୈଳୀ ଅତିବାହିତ କଲେ ମଧ୍ୟ ସାଧାରଣ ଲୋକେ ଏହା ପ୍ରଭାବରୁ ଶହେ ପ୍ରତିଶତ ମୁକୁଳି ପାରି ନାହାନ୍ତି । କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ଏହି ଅନ୍ଧବିଶ୍ୱାସ ହିଁ ନିଜର କାୟା ବିସ୍ତାର କରିଥାଏ । କିଛି ଲୋକ ଏଗୁଡ଼ିକୁ ଏକ ଅନ୍ଧବିଶ୍ୱାସ କହି ଆଡେଇ ଦେଉଥିବା ବେଳେ କିଛି ଲୋକ ଏହା ଉପରେ ଦୃଢ ଭାବେ ବିଶ୍ୱାସ କରିଥାନ୍ତି । ଆମ ଭିତରୁ ବହୁ କମ ଲୋକ ଏହି ଅନ୍ଧବିଶ୍ୱାସ ଗୁଡିକ ପଛର ପ୍ରକୃତ କାରଣ ବିଷୟରେ ଜାଣିଥାନ୍ତି । କିନ୍ତୁ ଏହା ପଛରେ ଏକ କାହାଣୀ  ଲୁଚି ରହିଛି ।

୧. ୧୩ ତାରିଖ ଯଦି ଶୁକ୍ରବାର ପଡେ:

ଯଦି କୌଣସି ଏକ ମାସର ୧୩ ତାରିଖ ଶୁକ୍ରବାର ପଡେ ତେବେ ତାହାକୁ ଅତ୍ୟନ୍ତ ଅଶୁଭ ଧରାଯାଇଥାଏ । ଏହି ଅନ୍ଧବିଶ୍ୱାସ ଉପରେ ସାରା ପୃଥିବୀ ବାସୀ ବିଶ୍ୱାସ କରିଥାନ୍ତି । ଏମିତିକି ବହୁ ବଡ ବଡ ଆପାର୍ଟମେଣ୍ଟ ବା ବିଲଡିଂ ଗୁଡିକ ତାର ୧୩ ନମ୍ବର ଫ୍ଲାଟ କରିବାକୁ ପଛେଇଥାନ୍ତି ବା ବେଳେ ବେଳେ କରି ମଧ୍ୟ ନଥାନ୍ତି । ଆପଣ ଲକ୍ଷ କରିଥିବେ କୌଣସିଟି ଏୟାରଲାଇନ୍ସ ତାର ୧୩ ନମ୍ବର ଧାଡି ରଖିନଥାନ୍ତି । ଜିସସଙ୍କୁ ଶୁକ୍ରବାର ଦିନ ହିଁ କୁଶବିଦ୍ଧ କରାଯାଇଥିବାରୁ ଏହାକୁ ଅତ୍ୟନ୍ତ ଅଶୁଭ ମନେକରା ଯାଇଥାଏ ।

superstition

୨.ପାପୁଲି କୁଣ୍ଡାଇହେବା:

ଭିନ୍ନ ଭିନ୍ନ ସ୍ଥାନ ଅନୁଯାୟୀ ଲୋକଙ୍କ ବିଶ୍ୱାସ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ବହୁ ଲୋକ ଡାହାଣ ପାପୁଲି କୁଣ୍ଡେଇ ହେବାକୁ କୌଣସି ନୂଆ ଲୋକଙ୍କ ସହ ଦେଖାହେବା ଓ ବାମ ପାପୁଲି କୁଣ୍ଡେଇହେବାକୁ ଆଗକୁ ବହୁ ପଇସା ମିଳିବାର ସଂକେତ ଭାବେ ମାନିଥାନ୍ତି । କିନ୍ତୁ କେତେକ ସ୍ଥାନର ଲୋକ ଡାହାଣ ପାପୁଲି କୁଣ୍ଡାଇ ହେବାକୁ ଟଙ୍କା ଆସିବା ଓ ବାମ ହାତ କୁଣ୍ଡାଇ ହେବାକୁ ଟଙ୍କା ଯିବାର ସଂକେତ ରୂପେ ମାନିଥାନ୍ତି । ଏହା ମଧ୍ୟ କୁହାଯାଏ ପାପୁଲି କୁଣ୍ଡାଇ ହେଲେ ତାକୁ କୌଣସି ଏକ କାଠ ବା ପ୍ଲାଷ୍ଟିକ ସାହାଯ୍ୟରେ ହିଁ କୁଣ୍ଡେଇବା ଉଚିତ ।

superstition girl

୩.ଶିଢ଼ି ତଳେ ଚାଲିବା:

ଏମିତିରେ ତ କୌଣସି ଅସ୍ଥାୟୀ ଶିଢ଼ି ତଳେ ଚାଲିବା ବିବଦ ଜନକ ହୋଇଥାଏ । କିନ୍ତୁ ଜାଣନ୍ତି କି ଶିଢ଼ି ତଳେ ଚାଲିବାକୁ ଏକ ବିରାଟ ଅଶୁଭ ଭାବେ ଧରା ଯାଇଥାଏ । ଏକ ଖୋଲା ସିଦ୍ଧିର ଆକୃତି ଏକ ତ୍ରିଭୁଜ ସଦୃଶ ହୋଇଥାଏ । ଧରା ଯାଏ ଏହି ତ୍ରିଭୁଜ ଭିତରେ ଚାଲି କରି ଗଲେ ଆପଣଙ୍କ ଜୀବନର ଅବଧି ସୀମିତ ହୋଇଯିବ । ଆପଣ ଏକ ସୀମିତ କ୍ଷେତ୍ର ମଧ୍ୟରେ ହିଁ ବସବାସ କରିବେ । ଯଦି କେବେ ଭୁଲରେ ଏପରି କିଛି ହୋଇଗଲା ତେବେ ନିଜ ବିଶି ଆଙ୍ଗୁଠି ଓ ମଝି ଆଙ୍ଗୁଠି ଭିତରେ ନିଜ ବୁଢା ଆଙ୍ଗୁଠିଟିକୁ ମାତ୍ର ୫ ସେକେଣ୍ଡ ପାଇଁ ରଖନ୍ତୁ । ଏମିତି କଲେ ଆପଣଙ୍କ ଉପରେ ଥିବା ଅଶୁଭ ସଂକେତର ପ୍ରଭାବ କମିଯିବ ।

୪.ଆଇନା ଭାଙ୍ଗିବା:

ପ୍ରାୟ ଜାଗାରେ ଆଇନା ଭାଙ୍ଗିବାକୁ ବି ଅତ୍ୟନ୍ତ ଅଶୁଭ ଭାବେ ଧରା ଯାଇଥାଏ । କୁହାଯାଏ ଆଇନା ମଣିଷ ଶରୀରର ଆତ୍ମାକୁ ପ୍ରତିଫଳିତ କରିଥାଏ । ତେଣୁ ଆଇନା ଭାଙ୍ଗିଲେ ଆତ୍ମା ଉପରେ ଖରାପ ପ୍ରଭାବ ପଡିବ ବୋଲି ଧରାଯାଏ । ଯଦି କେବେ ଆପଣଙ୍କ ଦ୍ୱାରା କୌଣସି ଆଇନା ଭାଙ୍ଗିଯାଏ ତେବେ ତାକୁ ନେଇ ରାତିର ଅନ୍ଧକାରରେ କୌଣସି ଏକ ଅଜଣା ଜାଗାରେ ପୋତି ଦିଅନ୍ତୁ ।

superstion

୫.ଘୋଡା ନାଲ ପାଇବା:

ବହୁ ଜାଗାରେ ଘୋଡା ନାଲ ପାଇବାକୁ ଅତ୍ୟନ୍ତ ଶୁଭ ବୋଲି ଧରା ଯାଇଥାଏ । ଏହାକୁ ନିଜ ଘରର ଦୁଆର ବନ୍ଧରେ ଟଙ୍ଗାଇଲେ ଅତ୍ୟନ୍ତ ଶୁଭ ବୋଲି ଧରାଯାଇଥାଏ ।

୬. ଘର ଭିତରେ ଛତା ଖୋଲିବା:

ଘର ଭିତରେ ଛତା ଖୋଲିବାକୁ ବହୁ ଜାଗାରେ ବାରଣ କରାଯାଏ । କୁହାଯାଏ ଏହା ସୂର୍ଯ୍ୟ ଦେବତାଙ୍କ ପ୍ରତି ଅପମାନ ସଦୃଶ ହୋଇଥାଏ । ଏହା ଦ୍ୱାରା ଛତା ଯିଏ ଖୋଲିଛି ଓ ଯେଉଁମାନେ ଘର ଭିତରେ ଅଛନ୍ତି ସେମାନଙ୍କ ଅୟୁକାଳ କମିଯାଇଥାଏ ।

୭.କାଠ କବାଟକୁ ଦୁଇ ଥର ବାଡେଇବା:

କାଠ କବାଟକୁ ଦୁଇଥର ବାଡେଇବା କୁ ବାରଣ କରାଯାଇଛି । କାରଣ ଗଛ ମଧ୍ୟରେ ସ୍ୱୟଂ ଦେବତା ବାସ କରିଥାନ୍ତି ।

୮.ଶରୀରରେ ଲୁଣ ପଡିବା:

ଶରୀର ଉପରେ ଲୁଣ ପଡ଼ିବାକୁ ଶୁଭ ଭାବେ ଧରା ଯାଇଥାଏ । କୁହାଯାଏ ଲୁଣ ପଡିବା ଦ୍ୱାରା ଆତ୍ମା ପବିତ୍ର ହୋଇଥାଏ ଏବଂ ଏହା ସମସ୍ତ କୁପ୍ରଭାବରୁ ମଧ୍ୟ ଆମକୁ ଦୁରେଇ ରଖିଥାଏ ।

black cat

୯.କଳା ବିଲେଇ:

କଳା ବିଲେଇ କଥା ତ ସମସ୍ତେ ଜାଣନ୍ତି । ଘରୁ ବାହାରୁଥିବା ସମୟରେ ବା ରାସ୍ତା ପାର ହେଉଥିବା ସମୟରେ ଯଦି କୌଣସି କଳା ବିଲେଇ ଯାଏ ତେବେ ତ କଥା ସରିଲା । ଏମିତି ହେଲେ ଆମେ ବହୁତ ସମୟରେ ଅଟକି ଯାଇଥାଉ । ଏମିତିକି ହିଟଲର ଓ ନେପୋଲିଅନଙ୍କ ପରି ପ୍ରଭାବ ଶାଳୀ ଲୋକ ମଧ୍ୟ କଳା ବିଲେଇକୁ ଭୟ କରୁଥିଲେ ।

ଏହା ସହ ପଢନ୍ତୁ: ନିଜର ଇତିହାସ ପାଇଁ ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛି ଏହି ହୋଟେଲ, ଯାହାକୁ ଦୀର୍ଘ ୧୩୦୦ ବର୍ଷ ଧରି ପରିଚାଳିତ କରୁଛନ୍ତି ଗୋଟିଏ ପରିବାର

୧୦. ‘ଈଶ୍ୱର ତମକୁ ଆଶୀର୍ବାଦ କରନ୍ତୁ’ ଶୁଭକାମନା :

ଆମେ ବହୁ ସମୟରେ ଅନ୍ୟ ମାନଙ୍କୁ ବିଭିନ୍ନ ଭାଷାରେ ‘ଈଶ୍ୱର ତମକୁ ଆଶୀର୍ବାଦ କରନ୍ତୁ’ ବୋଲି କହି ଶୁଭକାମନା ଜଣାଇଥାଉ । ଏହା ତ ଏମିତିରେ ଏକ ସାଧାରଣ ଘଟଣା । କିନ୍ତୁ ଜାଣନ୍ତି କି ଏହା ଦ୍ୱାରା ଯିଏ ଶୁଭକାମନା ଜଣାଇଥାଏ ଓ ଯାହାକୁ ଶୁଭକାମନା ଜଣା ଯାଇଥାଏ ଉଭୟଙ୍କର ଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.