Below header

ମୁଖାଗ୍ନି ଦେବା ସମୟରେ କୋକେଇରୁ ଜିଇଁ ଉଠିଲା ଶବ, ସୋରଡ଼ା ହରିପୁର ଗାଁରେ ଆଶ୍ଚର୍ଯ୍ୟଜନକ ଘଟଣା

ସୋରଡ଼ା : କଥାରେ ଅଛି ରଖିବ ହରି ତ ମାରିବ କିଏ? ଏହି ଉକ୍ତିର ଆଜି ଯଥାର୍ଥ ମିଳିଯାଇଛି । ମରିଯାଇଥିବା ଭାବି ଯେଉଁ ବ୍ଯକ୍ତିଙ୍କୁ ବନ୍ଧୁ ପରିଜନ ମାନେ ଶ୍ମଶାନ ଘାଟକୁ ନେଇ ମୁଖାଗ୍ନି ଦେବାକୁ ପ୍ରସ୍ତୁତି କରୁଛନ୍ତି ସେହି ସମୟରେ ହଠାତ୍ ଉଠି ବସିପଡୁଛନ୍ତି ମୃତକ ଜଣଙ୍କ । ଏଭଳି ଏକ ଅବିଶ୍ୱସନୀୟ ଘଟଣା ଘଟିଛି ସୋରଡ଼ା ବ୍ଲକ ହରିପୁର ଗାଁରେ ।

ଗାଁର ସୀମାଞ୍ଜଳ ମଲ୍ଲିକ୍ ନାମକ ବ୍ୟକ୍ତି ଗତକାଲି ଛେଳି ଚରାଇବାକୁ ଯାଇଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସଂଧ୍ୟା ହେବା ପରେ ଛେଳି ସବୁ ଘରକୁ ଫେରିଆସିଥିବା ବେଳେ ସୀମାଞ୍ଚଳ କିନ୍ତୁ ଫେରି ନଥିଲେ। ଆଜି ସକାଳେ ତାଙ୍କ ପରିବାର ଓ ଗ୍ରାମବାସୀ ଜଙ୍ଗଲକୁ ଯାଇ ତାଙ୍କୁ ଖୋଜାଖୋଜି କରିବା ପରେ ତାଙ୍କୁ ମୁର୍ମୁଷ ଅବସ୍ଥାରେ ତାଙ୍କୁ ପାଇଥିଲେ। ପରେ ତାଙ୍କୁ ଘରକୁ ଆଣିବା ପରେ ଗାଁ ବଇଦ ଓ କିଛି ଗ୍ରାମବାସୀଙ୍କୁ ଡାକିଥିଲେ । ଏହାପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

SIMACHALA-2

ତାଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ କ୍ରିୟା ସରିବା ପରେ ମଶାଣୀକୁ ନିଆଯାଇଥିଲା। ତେବେ ତାଙ୍କୁ ଚିତା ଉପରେ ରଖି ମୁଖାଗ୍ମି ଦେବା ବେଳକୁ ସେ ଉଠି ବସିପଡିଥିଲେ। ସୀମାଞ୍ଚଳଙ୍କୁ ସଙ୍ଗେ ସଙ୍ଗେ ସୋରଡ଼ା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ସେ ସୁସ୍ଥ ଥିବା ଡାକ୍ତର କହିଥିଲେ। ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.