Below header

ବୌଦ୍ଧରେ ଦୁର୍ଘଟଣା : ବାଇକ୍-କାର୍ ଧକ୍କା, ଦୁଇ ମୃତ

ବୌଦ୍ଧ : ବାଇକ୍-କାର୍ ଧକ୍କା । ଦୁର୍ଘଟଣା ନେଇଛି ଦୁଇ ଜଣଙ୍କ ଜୀବନ । ବୌଦ୍ଧ ଜିଲ୍ଲା ବୀରନରସିଂହପୁର ବ୍ରିଜ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକରେ ଯାଉଥିବା ଦୁଇ ଜଣ ଶିକ୍ଷକଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଅଜିମ୍ ଖାଁ ଓ ଜ୍ୟୋତିର୍ମୟୀ ପ୍ରଧାନ । ଦୁହେଁ ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚାକିରି କରିଥିଲେ । ମୃତକଙ୍କ ଘର ହରଭଙ୍ଗା ବ୍ଲକ ରାମ୍ଭିକଟା ଗାଁରେ । ଆଜି ଶନିବାର ସକାଳୁଆ ସ୍କୁଲ ଥିଲା । ଦୁହେଁ ବାଇକ୍ରେ ଯାଉଥିବା ବେଳେ କାର୍ ସହ ଧକ୍କା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.