ଯାଜପୁର :ବିଂଝାରପୁର ପୋଖରୀ ଛକ ନିକଟରେ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ମୃତ, ନିଆଁ ଜାଳି ରାସ୍ତା ଅବରୋଧ କଲେ ଲୋକେ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ବିଂଝାରପୁର ଥାନା ପୋଖରୀ ଛକ ନିକଟରେ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ମୃତ। ମୃତକ ହେଲେ ଅରୁଣ ଦାସ। ଦୁର୍ଘଟଣା ପ୍ରତିବାଦରେ ନିଆଁ ଜାଳି ବିଂଝାରପୁର ସିଂହପୁର ରାସ୍ତାକୁ ଅବରୋଧ କଲେ ଉତ୍ୟକ୍ତ ଲୋକେ।

jajpur accident 1

ସୂଚନା ମୁତାବକ ପୋଖରୀ ଛକ ନିକଟରେ ବାଇକକୁ ଟ୍ରାକ୍ଟରଟି ଧକ୍କା ଦେବା ଫଳରେ ଗୁରୁତର ଅବସ୍ଥାରେ ବାଇକ ଆରୋହୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ  ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକ ପରିବାରକୁ କ୍ଷତିପୂରଣ ପ୍ରଦାନ ସହିତ ଟ୍ରାକ୍ଟର ଡ୍ରାଇଭରକୁ ଗିରଫ କରିବା ଦାବିରେ ବର୍ତ୍ତମାନ ସୁଦ୍ଧା ରାସ୍ତାରୋକ ଜାରି ରହିଛି।

You might also like