ମୁଖ୍ୟ ଶାସନ ସଚିବ ନିଯୁକ୍ତି ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ସୁରେଶ ମହାପାତ୍ର, ରାଜ୍ୟବାସୀଙ୍କ ପାଇଁ ଶୁଭମନାସିଲେ

ପୁରୀ(କେନ୍ୟୁଜ୍):  ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତି ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ସୁରେଶ ମହାପାତ୍ର । ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ପୂର୍ବରୁ ସୁରେଶ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି ଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରିବା  ପରେ ରାଜ୍ୟ ବାସୀଙ୍କ ପାଇଁ ୨୦୨୧ ମଙ୍ଗଳମୟ ହେଉ ବୋଲି  ଶୁଭେଚ୍ଛା  ଦେଇଛନ୍ତି।

ଦର୍ଶନ ବେଳେ ପୁରୀ ମନ୍ଦିର ପ୍ରଶାସକ କ୍ରିଷନ କୁମାର ମଧ୍ୟ  ତାଙ୍କ ସାଥିରେ ଉପସ୍ଥିତ ଥିଲେ। ସେବାୟତ ମାନେ ନୂଆ ଶାସନ ସଚିବଙ୍କୁ ଜଗନ୍ନାଥଙ୍କ ଦର୍ଶନ କରାଇ ମନ୍ଦିର ଚତୁର୍ପାଶ୍ବରେ ଚାଲିଥିବା କାମକୁ ବୁଲି ଦେଖାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.