ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ବାଚସ୍ପତି ଭାବେ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ବର(କେନ୍ୟୁଜ): ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ। ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ । ବାଚନିକ ଭୋଟରେ ବଚସ୍ପତି ରୂପେ ନିର୍ବାଚିତ ହୋଇଛନ୍ତି। ବିକ୍ରମ କେଶରୀ ଆରୁଖଙ୍କ ନାଁ ପ୍ରସ୍ତାବ କରିଥିଲେ ମୁଖ୍ୟମନ୍ତ୍ରୀ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାବକୁ ସମର୍ଥନ ଦେଇଥିଲେ। ଭଞ୍ଜନଗରର ୬ଥର ବିଧାୟକ ହେଉଛନ୍ତି ବିକ୍ରମ କେଶରୀ ଆରୁଖ। ଜୁଲାଇ ୨ ତାରିଖରୁ ବିଧାନସଭା ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତା ପୂର୍ବରୁ ନୂଆ ବାଚସ୍ପତି ହୋଇଛନ୍ତି ବିକ୍ରମ ଆରୁଖ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.