Below header

ଯାଜପୁର : ଦ୍ୱିତୀୟ ବିରଜା ମନ୍ଦିରକୁ ବିରୋଧ କଲେ ଶକ୍ତିପୀଠ ବିରଜା ମନ୍ଦିର ସେବାୟତ

ଯାଜପୁର ଟାଉନ୍‌ (କେନ୍ୟୁଜ୍‌) : ସାରା ବିଶ୍ୱରେ ମାନ୍ୟତା ଥିବା ତଥା ଅନେକ ପୌରାଣିକ ମହତ୍ତ ରଖୁଥିବା ବିରଜା କ୍ଷେତ୍ର ଯାଜପୁରରେ ଆଉ ଏକ ବିରଜା ମନ୍ଦିର। ଏହାର ନିର୍ମାଣକୁ ନେଇ ଏବେ ବିବାଦୀୟ ସ୍ଥିତି ଉପୁଜିଛି । ବିରଜା ମନ୍ଦିର ଅନ୍ତର୍ଗତ ମୁକ୍ତିମଣ୍ଡପ ସେବାୟତ ପରିଷଦ ଏହାର ଘୋର ବିରୋଧ କରିଛି । ପ୍ରତିବାଦ କରି ବିରଜା ମନ୍ଦିର ସବାୟତମାନେ ମିଳିତ ଭାବେ ଆଜି ଯାଜପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଆସନ୍ତା ୩ ତାରିଖରେ ଏହି ନବନିର୍ମିତ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ ରହିଛି । ତେଣୁ ତୁରନ୍ତ ଏହାକୁ ବନ୍ଦ କରିବା ପାଇଁ ଶ୍ରୀବିରଜା ମନ୍ଦିର ସମସ୍ତ ସେବାୟତ, ପୂଜକ, ପୁରୋଧା ଦାବି କରିଛନ୍ତି ।

biraja

ସୂଚନା ଅନୁସାରେ ଯାଜପୁର ରୋଡ଼ ସ୍ଥିତ ଧବଳଗିରି ଠାରେ ଥିବା ବିରଜା ନଗରରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ଏହି ସୂଚନା ମିଳିବା ପରେ ସେବାୟତମାନେ ଏକାଠି ହୋଇ ଏହାର ବିରୋଧ କରିଛନ୍ତି । ସେମାନଙ୍କ କହିବା କଥା ପ୍ରଥମତଃ ଯାଜପୁରରେ ମା ବିରଜାଙ୍କର ମୂଳ ପୀଠ ରହିଛି । କୌଣସି ଶକ୍ତି ପୀଠର ଦ୍ୱିତୀୟ ମନ୍ଦିର ନିର୍ମାଣ ହେବା ଶାସ୍ତ୍ର ବିରୋଧୀ । ଦ୍ୱିତୀୟରେ ବିରଜା ହେଉଛନ୍ତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ । ସେହି ବିରଜା କ୍ଷେତ୍ରରେ ଆଉ ଏକ ବିରଜା ମନ୍ଦିର ନିର୍ମାଣ କେତେଦୂର ଯୁକ୍ତିଯୁକ୍ତ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଯାହାହିନ୍ଦୁ ଧର୍ମୀୟ ଭାବନା ତଥା ମା ବିରଜାଙ୍କ ଭକ୍ତଙ୍କ ଆବେଗକୁ ଆଘାତ ଦେବା ସହ ଦ୍ୱନ୍ଦ୍ୱ ସୃଷ୍ଟି କରିବ ବୋଲି ଦାବିପତ୍ରରେ କୁହାଯାଇଛି ।

ଅନ୍ୟପକ୍ଷରେ ଏହି ଘଟଣା ସମ୍ପର୍କରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତାଙ୍କର ରପୋର୍ଟ ମିଳିବା ପରେ ଉଚିତ ପଦକ୍ଷେପ ନିଆଯିବ ବୋଲି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.