ଘରେ ଅତି ସହଜରେ ପ୍ରସ୍ତୁତ କରନ୍ତୁ “ବ୍ରେଡ ଆଳୁ କଚୁଡ଼ି”

କଚୁଡ଼ି କଥା ଉଠିଲେ ମୁହଁରେ ଲାଲ ଆସିଯାଏ । ସନ୍ଧ୍ୟା ସମୟରେ ଯଦି ଚାହା ସହିତ ଟେଷ୍ଟି କଚୁଡ଼ି ମିଳିଯାଏ ତେବେ ତ କଥା ସରିଲା । ତା ମଜା କହିଲେ ନ ସରେ । ତେଣୁ ଆଜି ଆମେ ଆପଣଙ୍କ ପାଇଁ “ଆଳୁ ମସଲା କଚୁଡ଼ି” ରେସିପି ନେଇ ଆସିଛୁ । ଯାହାକୁ କରିବା ଖୁବ ସହଜ । ମାତ୍ର କିଛି ମିନିଟରେ ଏହା ପ୍ରସ୍ତୁତ ହୋଇଯିବ । ତେବେ ଆସନ୍ତୁ ଜାଣିବା ।

ଆବଶ୍ୟକୀୟ ସାମଗ୍ରୀ:

୧୦ ରୁ ୧୫ ଟି ବ୍ଲେଡ ସ୍ଲାଇସ

୪ ଟି ସିଝା ଆଳୁ

ଗୋଟେ ଚାମଚ ରସୁଣ, ପିଆଜ ପେଷ୍ଟ

ଗୋଟେ ଚୁଟକୀ ଗରମ ମସଲା

ଅଧା ଚାମଚ ଲଙ୍କା ଗୁଣ୍ଡ

ଅଧା ଚାମଚ ଜିରା

aloo kachudi

ଗୋଟେ ଚାମଚ ଚାଟ ମସଲା

ଲୁଣ ସ୍ୱାଦ ଅନୁସାରେ

କଟା ଯାଇଥିବା କଞ୍ଚା ଲଙ୍କା ଓ ଧନିଆ ପତ୍ର

ଛାଣିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ରସୁଣ, ପିଆଜ, ଲଙ୍କା ପେଷ୍ଟକୁ ଆଳୁରେ ଦେଇ ଭଲ ଭାବରେ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ଅନ୍ୟ ସମସ୍ତ ମସଲା ଦିଅନ୍ତୁ ଓ ଭଲ ଭାବରେ ଏକ ମିକ୍ସ ପ୍ରସ୍ତୁତ କରନ୍ତୁ । ଏବେ କଡେଇରେ ତେଲ ଗରମ କରନ୍ତୁ । ଜିରା ଦେଇ ଛୁଙ୍କ କରନ୍ତୁ । ଏବେ ଏଥିରେ ଆଳୁ ଦିଅନ୍ତୁ । ଦୁଇ ମିନିଟ ପରେ ଚୁଲିରୁ ଓଲ୍ହାଇ ଦିଅନ୍ତୁ । ଆଉ ଥଣ୍ଡା ହେବା ପରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ । ଏବେ ବ୍ରେଡକୁ କଡ଼ରୁ କଡ଼ରୁ କାଟି ଦିଅନ୍ତୁ । ଏବେ ସେଥିରେ ଆଳୁ ରଖି ହାଲକା ଭାବରେ ଦବାନ୍ତୁ । ଏବେ ଗରମ ହୋଇଥିବା ତେଲରେ ଭଲ ଭାବରେ ଛାଣି ଦିଅନ୍ତୁ । ଏବେ ଏହାକୁ ଦହି, ତେନ୍ତୁଳି ଚଟଣି ସହ ଅନ୍ୟମାନଙ୍କୁ ଖୁଆନ୍ତୁ ଆଉ ନିଜେ ଖାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.