ଜୋ ବାଇଡେନଙ୍କ ଆକାଉଣ୍ଟରୁ ପୁଅ ହଣ୍ଟର ବାଇଡେନ କଲ୍‌ ଗାର୍ଲଙ୍କୁ କରିଛନ୍ତି ୧୮ ଲକ୍ଷ ଟଙ୍କା ପେମେଣ୍ଟ! ତଥ୍ୟ ଖୁଲାସା କଲା ନ୍ୟୁୟର୍କ ପୋଷ୍ଟ

ନିକଟରେ ଆମେରିକୀୟ ଖବରକାଗଜ ନ୍ୟୁୟର୍କ ପୋଷ୍ଟ ଦାବି କରିଛି କି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା କଲ୍‌ ଗାର୍ଲଙ୍କ ପାଖରେ ପହଞ୍ଚୁଥିଲା। ଏହା ତାଙ୍କ ପୁଅ ହଣ୍ଟର ବାଇଡେନଙ୍କ ଯୋଗୁ ହେଉଥିଲା। ହଣ୍ଟର ୨୦୧୮ରେ ଜଣେ କଲ୍‌ ଗାର୍ଲଙ୍କ ସହିତ ହୋଟେଲରେ ରାତି ବିତାଇଥିଲେ ଏବଂ ଏହାର ପେମେଣ୍ଟ ସେ ଜୋ ବାଇଡେନଙ୍କ ଆକାଉଣ୍ଟରୁ ହିଁ କରିଥିଲେ।

ସୂଚନା ମୁତାବକ, ହୋଟେଲରେ କଲ୍‌ ଗାର୍ଲଙ୍କ ସହିତ ରାତି ବିତାଇବା ପରେ ହଣ୍ଟର ଅଜାଣତରେ ତାଙ୍କ ବାପାଙ୍କ ଆକାଉଣ୍ଟରୁ ହିଁ ପେମେଣ୍ଟ କରି ଦେଇଥିଲେ। ହଣ୍ଟର ବାଇଡେନଙ୍କ ଲାପ୍‌ଟପରେ ୧୦୩,୦୦୦ ଟେକ୍ସଟ ମେସେଜ, ୨,୦୦୦ରୁ ଅଧିକ ଫଟୋ, ୧୫୪,୦୦୦ ଇମେଲ ଏବଂ ଟଙ୍କା ଲେଣଦେଣ ନେଇ ସୂଚନା ମିଳିଥିଲା। ଏହି ଲାପ୍‌ଟପକୁ ସେ ଏକ ଡାଏରୀ ରୂପେ ବ୍ୟବହାର କରୁଥିଲେ। ହଣ୍ଟର ଏହି ଲାପ୍‌ଟପକୁ ମରାମତି ପାଇଁ ଦୋକାନରେ ଦେଇଥିଲେ, ଯାହା ପରେ ସେ ଏହାକୁ ଆଣିବା ପାଇଁ ଭୁଲି ଯାଇଥିଲେ। କହି ରଖୁଛୁ, ଯେଉଁ ସମୟରେ ହଣ୍ଟରଙ୍କ ଚ୍ୟାଟ ଓ ଇମେଲ ଲିକ୍‌ ହୋଇଥିଲା, ସେହି ସମୟରେ ତାଙ୍କ ବାପା ବାଇଡେନ ଆମେରିକାର ରାଷ୍ଟ୍ରପତି ହୋଇ ନ ଥିଲେ।

ନ୍ୟୁୟର୍କ ପୋଷ୍ଟର ତଥ୍ୟ ମୁତାବକ, ହଣ୍ଟର ବାଇଡେନ ନିଜ ପସନ୍ଦର ସାଇଟ୍‌ ଏମରାଲ୍ଡ ଫ୍ୟାଣ୍ଟେସି ଗର୍ଲସରୁ ରୁଷୀୟ ତଥା ସବୁଜ ଆଖି ଥିବା କଲ୍‌ ଗାର୍ଲଙ୍କୁ ବାଛିଥିଲେ ଏବଂ ତାଙ୍କ ସହିତ ସେ ରାତି ବିତାଇଥିଲେ। ମହିଳାଙ୍କ ନାଁ ୟାନା ଥିଲା। ୨୦୧୮, ମେ’ ୨୪ରେ ହଣ୍ଟର ଗୁଲନୋରା ନାମ୍ନୀ ଆଉ ଜଣେ ମହିଳାଙ୍କୁ ସମ୍ପର୍କ କରିଥିଲେ, ଯିଏକି ଏମରାଲ୍ଡ ଫ୍ୟାଣ୍ଟେସି ଗର୍ଲସ ପାଇଁ ଏକ ପଞ୍ଜୀକୃତ ଏଜେଣ୍ଟ ଥିଲେ। ହଣ୍ଟର ଏକ ଆପ୍‌ ଜରିଆରେ ତାଙ୍କୁ ପଇସା ପଠାଇବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କର କାର୍ଡ କାମ କରୁ ନ ଥିଲା। ପରେ ସେ ଛୋଟ ଛୋଟ ରାଶିରେ ୨୫,୦୦୦ ଡଲାରକୁ ଖୁବ୍‌ ସମୟ ଭିତରେ ଟ୍ରାନ୍ସଫର କରିଥିଲେ।

୨୦ ଫେବୃୟାରୀ ୨୦୧୯ରେ ଡାୟନା ପଗାନୋ ନାମ୍ନୀ ଅନ୍ୟ ଜଣେ ମହିଳାଙ୍କ ସହିତ ସେ ଚ୍ୟାଟ୍‌ କରିଥିଲେ। ରିପୋର୍ଟରେ ଦାବି କରାଯାଇଛି କି, ବର୍ଷ ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ହଣ୍ଟର ନିଜକୁ କରଜରେ ପୂରାପୂରି ବୁଡ଼ାଇ ଦେଇଥିଲେ। କୋଟି କୋଟି ଟଙ୍କାର ଆମଦାନୀ ସତ୍ତ୍ୱେ ମନଇଚ୍ଛା ଖର୍ଚ୍ଚ ଏବଂ ବିଜନେସ୍‌ ଡିଲ ରଦ୍ଦ ହେବା ଏହାର କାରଣ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.