Below header

ଚିଲିକାରେ ଜାନୁଆରୀ ୫ରେ ହେବ ପକ୍ଷୀ ଗଣନା, ପର୍ଯ୍ୟଟକଙ୍କ ପାଇଁ ବାରଣ ହେବ ପକ୍ଷୀ ଅଭୟାରଣ୍ୟ

ବାଲୁଗାଁ(କେନ୍ୟୁଜ୍):ପ୍ରତିବର୍ଷ ଜାନୁଆରୀର ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ତରଫରୁ ଚିଲିକାରେ ପକ୍ଷୀ ଗଣନା ହୁଏ । ଏହି ଆଧାରରେ ଆସନ୍ତା ୫ ତାରିଖରେ ପକ୍ଷୀ ଗଣନା ହେବ । ଏଥିପାଇଁ ୪ ତାରିଖରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟରେ ବନ୍ୟପ୍ରାଣୀ ବିଭାଗ ତରଫରୁ ପକ୍ଷୀ ଗଣନା ପ୍ରଶିକ୍ଷଣ ଶିବିର ହେବ । ପ୍ରଶିକ୍ଷଣ ପରେ ୫ ତାରିଖ ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଚାଲିବ ଏହି ପକ୍ଷୀ ଗଣନା । ତେବେ ପକ୍ଷୀ ଗଣନା ସମୟରେ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ବାରଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.