ମୟୂରଭଞ୍ଜ; ଗୋପବନ୍ଧୁନଗର ବ୍ଲକ୍‌ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡିର ବାଜିମାତ୍, ନିର୍ଦ୍ୱନ୍ଦ୍ୱରେ ଜିତିଲେ ସୁକେଶ୍ୱର ମଢେଇ

ବାରିପଦା (କେ ନ୍ୟୁଜ୍‌) : ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍‌ ଅଧ୍ୟକ୍ଷ ଉପନିର୍ବାଚନରେ ବାଜିମାରିଲା ବିଜେଡି । ବ୍ଲକ୍‌ ଅଧ୍ୟକ୍ଷ ଅଞ୍ଜୁ ଖଣ୍ଡେଇଙ୍କ ଗତ ଜାନୁଆରି ୧୨ ତାରିଖରେ ବିୟୋଗ ପରେ ଖାଲି ପଡ଼ିଥିଲା ପଦବୀ । ଆଜି ଉପନିର୍ବାଚନ ହୋଇଥିବା ବେଳେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ସୁକେଶ୍ୱର ମଢେଇ ନିର୍ଦ୍ୱନ୍ଦ୍ୱରେ ବିଜେଡି ସମର୍ଥନରେ ବିଜୟୀ ହୋଇଥିଲେ । ୧୩ ଜଣ ସମିତି ସଭ୍ୟ ଏହି ପଦବୀ ପାଇଁ ଆଶାୟୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିଲେ । ଉପନିର୍ବାଚନରେ ଜିତିବା ପରେ ବିଜେଡି ମହଲରେ ଖୁସିର ଲହରୀ ଖେଳିଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.