Below header

ମରିଯାଇଥିବା ମଣିଷକୁ ଜୀବିତ କରିବା ପାଇଁ ହସ୍ପିଟାଲରେ କରାଗଲା କିଛି ଏପରି…

କୁହାଯାଏ ଭଗବାନଙ୍କ ଇଛା ବିନା ଗଛର ପତ୍ରଟିଏ ମଧ୍ୟ ହଲିପାରେ ନାହିଁ । ବଂଚିବା ମରିବା ସବୁ ଭଗବାନଙ୍କ ହାତରେ ଥାଏ । ଯଦିଓ ଡାକ୍ତର ମାନେ ମଣିଷକୁ ବଂଚାଇବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ତଥାପି ଯଦି କେହି ମରିଯାଏ ତାହେଲେ ତାକୁ ବଞ୍ଚାଇବା ଅସମ୍ଭବ ହୋଇପଡ଼ିଥାଏ । କିନ୍ତୁ ମହାରାଷ୍ଟ୍ରରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ ।

ସୂଚନା ଅନୂଯାୟୀ ମହାରାଷ୍ଟ୍ରର ଜଳାଗାଁଓ ନିକଟସ୍ଥ ଏକ ସରକାରୀ ଡାକ୍ତରଖାନାର ଶବଗୃହରେ ଦୁଇଜଣ ଯୁବକଙ୍କ ଶବକୁ ସୈନ୍ଧବ ଲୁଣ ଦ୍ୱାରା ଆବୃତ କରି ରଖାଯାଇଥିଲା । ସେମାନଙ୍କୁ ପୁଣିଥରେ ଜୀବିତ କରାଇବା ପାଇଁ ଏପରି କରାଯାଇଥିଲା । ସ୍ଥାନୀୟ ପୋଲିସର କହିବା ଅନୁଯାୟୀ ଶବ ହସ୍ପିଟାଲର ଶବଗୃହ ଭିତରେ ରଖାଯାଇଥିଲା । ସେଥିପାଇଁ ଘଟଣାର ସତ୍ୟାସତ୍ୟ କିଛି ଜଣା ପଡ଼ିନାହିଁ କିନ୍ତୁ ଘଟଣାର ତଦନ୍ତ କରିବା ପାଇଁ ସେ ସେହି ହସ୍ପିଟାଲର ଡିନଙ୍କୁ ଏକ ପତ୍ର ଲେଖିଛନ୍ତି ।

ଏହାସହ ପଢନ୍ତୁ କଣ ଏହି ବାଦଲ ଫଟା ବର୍ଷା ? କାହିଁକି ଏହା କରିଥାଏ ତାଣ୍ଡବ

ବର୍ତ୍ତମାନ ଏହି ଘଟଣା ସହ ଜଡିତ ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଦୁଇ ଜଣ ଯୁବକଙ୍କ ଶବକୁ ଲୁଣ ଦ୍ୱାରା ଆବୃତ କରି ରଖାଯାଇଛି । ଅନ୍ୟ ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଦୁଇ ମୃତ ଯୁବକଙ୍କୁ ଜୀବିତ କରାଇବା ଆଶାରେ ଏପରି କରାଯାଇ ଥାଇ ପାରେ । ଏହାସହ ସେ କହିଛନ୍ତି ଜଳାଗାଁଓ ମାଷ୍ଟର କଲୋନୀର ଦୁଇଜଣ ଯୁବକ ଶୁକ୍ରବାର ସନ୍ଧ୍ୟାରେ ଏକ ପୋଖରୀରେ ବୁଡି ମରିଯାଇଥିଲେ । ଏହାପରେ ସେମାନଙ୍କ ଶବକୁ ସେହି ରାତିରେ ପୋଷ୍ଟମର୍ଟମ ପାଇଁ ପଠା ଯାଇଥିଲା କିନ୍ତୁ ହସ୍ପିଟାଲର ଶବଗୃହରେ କଣ ହେଲା ତାହା ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.