ଆଦିବାସୀ ଅଞ୍ଚଳ ଚାଷୀଙ୍କୁ ଆତ୍ମନିର୍ଭରଶୀଳ ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ, ଆପିକଲ୍‌-ପ୍ରଦାନ-ଜନସେବା ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

କୃଷି ଭବନଠାରେ ଆପିକଲ ଓ ପ୍ରଦାନ ଏବଂ ଆପିକଲ ଓ ଜନସେବା ମଧ୍ୟରେ ଦୁଇଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ରାଜ୍ୟରେ କୃଷି ଉଦ୍ୟୋଗ ପ୍ରୋତ୍ସାହନ ଯୋଜନା-୨୦୧୮ ପ୍ରଚଳନ ପାଇଁ ପ୍ରଦାନ ସଂସ୍ଥା ସହ ଆପିକଲ ଏମଓୟୁ କରିଛି। ଏହାଦ୍ୱାରା ରାଜ୍ୟର ୧୨ଟି ଜିଲ୍ଲାର ୪୦ଟି ଆଦିବାସୀ ଅଧ୍ୟୁଷିତ ବ୍ଲକରେ ୧୦୦୦ ଜଣ କୃଷି ଉଦ୍ୟୋଗୀଙ୍କୁ ଉଦ୍ୟୋଗ ସ୍ଥାପନ ନିମନ୍ତେ ସଶକ୍ତୀକରଣ କରାଯିବ। ଆସନ୍ତା ୩ ବର୍ଷ ଯାଏଁ ଚାଲିବାକୁ ଥିବା ଏହି ଯୋଜନାରେ ପାଖାପାଖି ୨ ଲକ୍ଷ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ଜୁନ ୨୦୧୮ରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଧିକରୁ ଅଧିକ ସଂଖ୍ୟକ ଊଦ୍ୟୋଗୀଙ୍କୁ ସାମିଲ କରିବା ପାଇଁ ଆପିକଲ ଓ ଜନସେବା କେନ୍ଦ୍ର ମଧ୍ୟରେ ଆଉ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏମକେୟୁ ଓ୍ଵାଇରେ ଆବେଦନ କରିବା ପାଇଁ ଗ୍ରାମୀଣ ସ୍ତରର ଲୋକ ଅନଭିଜ୍ଞ ଥିବାରୁ ଏହି ଯୋଜନାରେ ମିଳୁଥିବା ୫୦ ଲକ୍ଷ ଟଙ୍କା ଯାଏଁ ରିହାତିର ସୁଯୋଗ ନେଇପାରୁ ନାହାଁନ୍ତି । ଗ୍ରାମୀଣ ଲୋକଙ୍କୁ ଆବେଦନ ପ୍ରକ୍ରିୟାରେ ପ୍ରଶିକ୍ଷଣ ଦିଆଯିବ। କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ଡକ୍ଚର ଅରୁଣ ସାହୁ, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର,କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ, ଆପିକଲର ପରିଚାଳନା ନିର୍ଦ୍ଦେଶକ ଡଃ ଶୁଭେନ୍ଦୁ ଶେଖର ଦେ, କୃଷି ନିର୍ଦ୍ଦେଶକ ଡ. ମୁଥୁ କୁମାରଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.