Below header

ବଜାରରୁ ଉଭେଇ ଯିବ କିି ପାର୍ଲେ-ଜି ବିସ୍କୁଟ୍‌ ? ଭୀଷଣ କ୍ଷତିରେ ଚାଲୁଛି କମ୍ପାନୀ

ନୂଆଦିଲ୍ଲୀ : ଅଟୋମୋବାଇଲ୍‌ ପରେ ଏବେ ବିସ୍କୁଟ୍‌ କମ୍ପାନୀ ଉପରେ ଚଡ଼କ । ଆଉ ମିଳିବନି ପିଲାଙ୍କ ଅତିପ୍ରିୟ ପାର୍ଲେଜି ବିସ୍କୁଟ । ଖାଲି ପିଲା ନୁହଁ ପ୍ରତି ବର୍ଗର ଲୋକଙ୍କ ନିକଟରେ ଖୁବ ପରିଚିତ ଏହି ବ୍ରାଣ୍ଡର ବିସ୍କୁଟ କମ୍ପାନୀ ଏବେ ଭୀଷଣ କ୍ଷତିରେ ଚାଲିଛି । ଅନ୍ୟତମ ଲୋକପ୍ରିୟ ତଥା ଦେଶର ସବୁଠାରୁ ବଡ଼ ବିସ୍କୁଟ କମ୍ପାନୀ ପାରଲେ ନିକଟ ଭବିଷ୍ୟତରେ ବଜାରରୁ ସମ୍ପୂର୍ଣ ରୂପେ ହଟିଯାଇ ପାରେ । କମ୍ପାନୀ ଏବେ ଅତି ମାତ୍ରାରେ କ୍ଷତି ସହୁଥିବାରୁ ପ୍ରାୟ ୮ରୁ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାର ସମ୍ଭାବନା ଦେଖା ଦେଇଛି ।
ଯାହା ସୂଚନା ରହିଛି, ପାର୍ଲେ କମ୍ପାନୀ ପ୍ରତିବର୍ଷ ପ୍ରାୟ ଦଶ ହଜ଼ାର କୋଟି ଟଙ୍କାର ବିସ୍କୁଟ ବିକ୍ରି କରିଥାଏ । ଯେଉଁଥିରେ ପ୍ରାୟ ଦଶ ହଜ଼ାର କର୍ମଚାରୀ ନିୟୋଜିତ ହୋଇଥାନ୍ତି । କମ୍ପାନୀ ମୁଖ୍ୟ ମୟଙ୍କ ଶାହଙ୍କ କହିବା ଅନୁଯାୟୀ ସେମାନେ ସରକାରଙ୍କ ନିକଟରେ ଦୀର୍ଘ ଦିନ ହେବ ଜିଏସଟି କମ୍‌ କରିବା ପାଇଁ ନିବେଦନ କରି ଆସୁଛନ୍ତି । କିନ୍ତୁ ସରକାର ସେମାନଙ୍କ ଦାବି ଉପରେ କୌଣସି ଦୃଷ୍ଟି ଦେଉ ନାହାନ୍ତି । ଏବେକା ସମୟରେ କିଲୋ ୧୦୦ ଟଙ୍କା ହିସାବର ବିସ୍କୁଟ ଛୋଟ ପ୍ୟାକେଟକୁ ପ୍ରାୟ ୫ଟଙ୍କା ଦରରେ ବିକ୍ରି କରାଯାଉଛି । ଏଥିରେ କମ୍ପାନୀର କୌଣସି ପ୍ରକାର ଲାଭ ତ ହେଉନାହିଁ ବରଂ ଅଧିକ ମାତ୍ରାରେ କ୍ଷତି ସହିବାକୁ ପଡୁଛି । ତେଣୁ ଏଠାରେ କାମ କରୁଥିବା ଆଠରୁ ଦଶ ହଜ଼ାର କର୍ମଚାରୀଙ୍କୁ ବାହାର କରିବା ଛଡ଼ା କମ୍ପାନୀ ପାଖରେ ଆଉ କୌଣସି ରାସ୍ତା ମଧ୍ୟ ନାହିଁ ।

ଦେଶର ଅନ୍ୟତମ ନାମୀ ବିସ୍କୁଟ କମ୍ପାନୀ ପ୍ରତିବର୍ଷ ମୋନାକୋ, ମାରିଗୋଲଡ, ପାରଲେଜି ଆଦି ନାମରେ ବିସ୍କୁଟ ଉତ୍ପାଦନ କରିଥାଏ । ନିକଟରେ କମ୍ପାନୀ କୁକିଜ ଉତ୍ପାଦନ ମଧ୍ୟ ଆରମ୍ଭ କରିଥିଲା । ପୂର୍ବରୁ କମ୍ପାନୀକୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ଟାକ୍ସ ଦେବାକୁ ପଡୁଥିବା ବେଳେ ଜିଏସଟି ଲାଗୁ ପରେ ଏହାକୁ ସବୁ ପ୍ରକାର ଉତ୍ପାଦ ଉପରେ ୧୮ ପ୍ରତିଶତ ଟିକସ ଦେବାକୁ ପଡୁଛି । ଖାଲି ପାରଲେ ନୁହଁ ଦେଶର ଅନ୍ୟା ବିସ୍କୁଟ କମ୍ପାନୀମାନେ ମଧ୍ୟ ସମାନ ପରିମାଣରେ କ୍ଷତି ସହୁଛନ୍ତି । ତେଣୁ ବିସ୍କୁଟ୍‌ କମ୍ପାନୀ ସବୁ ବନ୍ଦ ହେବାକୁ ବସିଲାଣି ବୋଲି ସେ କହିଛନ୍ତି । ଯଦି ସରକାର ଜିଏସଟି କମ୍‌ କରନ୍ତି ତେବେ ବିସ୍କୁଟ କମ୍ପାନୀମାନେ ସୁରୁଖୁରୁରେ ଚାଲିପାରନ୍ତେ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.