Below header

ଯାଜପୁର : ବିଜେଡି ନେତା ବିଜୟ ମହାନ୍ତିଙ୍କ ଏକାଦଶାହରେ ସ୍ମୃତିସଭା, ଯୋଗ ଦେଲେ ରାଜ୍ୟର ବିଭିନ୍ନ ବସ୍‌ ସଂଘ ସଦସ୍ୟ

BKଯାଜପୁର ଟାଉନ (କେ ନ୍ୟୁଜ୍‌) : ଯାଜପୁରର ବରିଷ୍ଠ ବିଜେଡି ନେତା ତଥା ଯାଜପୁର ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ବିଜୟ ମହାନ୍ତିଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗଣେଶ ମଣ୍ଡପରେ ଅନୁଷ୍ଠିତ ସ୍ମୁତିସଭାରେ ସାଂସଦ ଶର୍ମିଷ୍ଠା ସେଠି, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ, ବିଜେଡି ସଭାନେତ୍ରୀ ସଂଯୁକ୍ତା ମହାନ୍ତି, ଜିଲ୍ଲା ପରିଷଦ ଅଧକ୍ଷ ନରେଶ ମହାନ୍ତି, ଦଶରଥପୁର ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ଯାଜପୁର ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ନାୟକ, ବ୍ୟାସନଗର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ମହାନ୍ତି, ପୂର୍ବତନ ଅଧ୍ୟକ୍ଷା ସବିତା ରାଉତ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର, ରାଜ୍ୟର ବିଭିନ୍ନ ବସ୍ ଷ୍ଟାଣ୍ଡ୍ ସଭାପତି, ସଂପାଦକ ଓ କର୍ମକର୍ତ୍ତା ଯୋଗ ଦେଇ ବିଜୟ ମହାନ୍ତିଙ୍କ ସ୍ମୁତିଚାରଣ କରିଥିଲେ। ଏହି ସ୍ମୃତି ସଭାକୁ ବିଜେଡି ନେତା କର୍ଣ୍ଣାଟ କେଶରୀ ଦାସ ପରିଚାଳନା କରିଥିଲେ।

BIJAY MOHANTY-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.