ରୋମିଓ ରୋଗକୁ ମାଡ଼ ଔଷଧ, ଦୁଇ ଯୁବକଙ୍କୁ ଲଣ୍ଡା କରି ଗାଁରେ ବୁଲାଇଲେ ଲୋକେ

ଭଦ୍ରକ (କେନ୍ୟୁଜ୍‌) ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର କରି ଖୁବ୍‌ ଛେଚା ଖାଇଲେ ଦୁଇ ରୋମିଓ । ଝିଅଙ୍କୁ କମେଣ୍ଟ ମାରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିବା ଦୁଇ ଯୁବକଙ୍କୁ ଗାଁ ଲୋକେ ନିର୍ଧୁମ୍‌ ମାଡ଼ ମାରିବା ସହ ଦଉଡ଼ିରେ ବାନ୍ଧି ଗାଁ ଦାଣ୍ଡରେ ଅଣ୍ଠେଇ ଆଣ୍ଠେଇ ଚଲାଇଥିଲେ । ଆଉ ଲଣ୍ଡା କରି ଦେଇଥିଲେ । ଶେଷକୁ ପୋଲିସ୍‌ ଆସି ସେମାନଙ୍କୁ ଉଦ୍ଧାର କରିଥିଲା ।

ଘଟଣା ହେଉଛି ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ବାଲିଚତୁରୀ ଗାଁରେ । ଗାଁର ଦୁଇ ଜଣ ଝିଅ ତିହିଡ଼ି କଲେଜରୁ ଘରକୁ ଫେରୁଥିବା ବେଳେ ଏହି ଯୁବକ ଦୁଇଜଣ ସେମାନଙ୍କ ପିଛା କରି କମେଣ୍ଟ ମାରିବା ସହ ଅଶ୍ଳୀଳ ଇସାରା କରିଥିଲେ ଏବଂ ଫୋନ୍‌ ନମ୍ବର ମାଗିଥିଲେ । ଝିଅ ଦୁଇଜଣ ଗାଁରେ ପହଞ୍ଚି ଏକଥା କହିବା ପରେ ଗାଁ ଲୋକେ ଦୁଇ ଯୁବକଙ୍କୁ ଘେରି ଯାଇ ଆରମ୍ଭ କରି ଦେଇଥିଲେ ଉତ୍ତମ ମଧ୍ୟମ ଦେଇ ପୋଲିସ୍‌ ଜିମା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.