Below header

ଘରୋଇ ହସପିଟାଲରେ ବାଉନସର ଦ୍ୱାରା ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ଅଭିଯୋଗ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ଅଭିଯୋଗ । ଭୁବନେଶ୍ୱର-କଟକ ରୋଡରେ ଥିବା ସନ୍‌ସାଇନ୍‌ ହସପିଟାଲରେ ଆଜି ରାତିରେ ଏଭଳି ଅଘଟଣ ଘଟିଛି । ନିଜ ରୋଗୀଙ୍କୁ ସ୍ଥାନାନ୍ତର ପାଇଁ କହିବାରୁ ବିବାଦ ସୃଷ୍ଟି ହୋଇଥିବା ଅଭିଯୋଗକାରୀ କହିଛନ୍ତି । ସେମାନଙ୍କୁ ବାଉନସର ଲଗାଇ ମାଡ଼ ମରାଯାଇଥିବା ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି । ଏ ନେଇ ସେମାନେ ଲକ୍ଷ୍ମୀସାଗର ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଘଟଣାକୁ ନେଇ ହସପିଟାଲ କର୍ତ୍ତପୃକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

FIR_UP_2FIR_UP

ଅଭିଯୋଗକାରୀ ହେଉଛନ୍ତି କଟକ ବିଡ଼ାନାସୀର ବିରାଟ କିଶୋର ବେଉରା । ଗତ ୧୫ ତାରିଖରୁ ତାଙ୍କ ମା’ଙ୍କ ଚିକତ୍ସା ସେହି ହସପିଟାଲରେ ଚାଲିଥିଲା । ତେବେ ଅତ୍ୟଧିକ ଖର୍ଚ୍ଚ ହେବାରୁ ବିରାଟ କିଶୋର ତାଙ୍କ ମା’ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚାହିଁଲେ । ବାକି ଥିବା ଟଙ୍କା ନଦେଲେ ଯାଇ ପାରିବ ନାହିଁ ବୋଲି ଡାକ୍ତରଖାନା ଅଧିକାରୀ କହିବାରୁ ବିବାଦ ଆରମ୍ଭ ହୋଇଥିଲା । ପରେ ଡାକ୍ତରଖାନାରେ ଥିବା ବାଉନ୍ସରଙ୍କ ଦ୍ୱାରା ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.