Below header

ନବୀନ ନିବାସରେ ବଡ ବୈଠକ: ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଏକାଠି

ଭୁବନେଶ୍ୱର(କେନ୍ୟୁଜ୍): ନବୀନ ନିବାସରେ ବଡ ବୈଠକ । ଏକାଠି ହୋଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା । ପଦ୍ମପୁର ଉପନିର୍ବାଚନ ଫଳାଫଳ ପରେ ନବୀନ ନିବାସରେ ସମୀକ୍ଷା ବୈଠକ ବସିଛି । ଏଥିରେ ସୁଶାନ୍ତ ସିଂ, ନବ କିଶୋର ଦାସ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସୁଧୀର ସାମଲ, ଦିବ୍ୟ ଶଙ୍କର ମିଶ୍ର, ଅରୁଣ ସାହୁଙ୍କ ସମେତ ବହୁ ତୁଙ୍ଗ ଓ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି ।

ଦଳର ବରିଷ୍ଠ ନେତାଙ୍କ ସହ ବିଜେଡି ସୁପ୍ରିମୋ ଆଲୋଚନା କରୁଛନ୍ତି । ଆଜିଠାରୁ ୨୦୨୪ ଲଢେଇ ପାଇଁ ବିଜେଡିର ଭିତ୍ତିଭୂମି ପଡ଼ିବ । ପଦ୍ମପୁର ଉପନିର୍ବାଚନରେ ବିଜେଡି ବୃହତ ବ୍ୟବଧାନରେ ଜିତିବା ପରେ ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବିଶେଷ କରି ଏହି ବୃହତ ବିଜୟ ବ୍ୟବଧାନ ପଛରେ କେଉଁ କେଉଁ ଫ୍ୟାକ୍ଟର କାମ ଦେଲା ? ଆଗାମୀ ୨୦୨୪ ନିର୍ବାଚନ ପାଇଁ ଦଳର କଣ ରଣନୀତି ରହିବ ? ଏମିତି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମାନସମନ୍ଥନ ହେବା ସମ୍ଭାବନା ରହିଛି । ଏଥିସହ ୨୪ ପାଇଁ ରଣନୀତି କରୁଛି ବିଜେଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.