Below header

ସୁସ୍ଥ ହେବା ପରିବର୍ତ୍ତେ ଅଧିକ ଗୁରୁତର ହୋଇଗଲେ ୧୦୮ ଆମ୍ବୁଲାନ୍ସର ରୋଗୀ, ମାଉସୀ ମା’ ଛକରେ ଘଟିଥିଲା ଦୁର୍ଘଟଣା

କେନ୍ୟୁଜ୍(ବ୍ୟୁରୋ): ମାଉସୀ ମା‘ ଛକରେ ୧୦୮ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ। ରାତି ସଢେ ୧୨ଟା ସମୟରେ ପିପିଲି ଆଡୁ ଆସୁଥିବା ଏକ ୧୦୮ଆମ୍ବୁଲାନ୍ସ ଭୁବନେଶ୍ବର ମାଉସୀ ମା’ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଆମ୍ବୁଲାନ୍ସରେ ଆସିଥିବା ରୋଗୀ ସମେତ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ସେମାନଙ୍କର କ୍ୟାପିଟାଲ  ହସ୍ପିଟାଲରେ ଚିକିତ୍ସା ଚାଲିଛି। ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣା ଗ୍ରସ୍ତ ୧୦୮ଆମ୍ବୁଲାନ୍ସଟି ଗତକାଲି ବିଳମ୍ବିତ ରାତିରେ ରୋଗୀ ନେଇ ପିପିଲି ଅଞ୍ଚଳରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଆସୁ ଥିବା ବେଳେ ମାଉସୀ ମାଆ ଓଭର୍ ବ୍ରିଜ୍ ଉପରେ ରହିଥିବା ଡିଭାଇଡର ରେ ପିଟି ହୋଇଥିଲା। ଆମ୍ବୁଲାନ୍ସ ଚାଳକ ଗୁରୁତର ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମଧ୍ୟ ଆହୁରି ଗୁରୁତର ଆହାତ ହୋଇଥିଲେ।ରୋଗୀ ସହିତ ଆସିଥିବା ପରିବାର ଲୋକ ଅଳ୍ପ ଆହତ ହୋଇଛନ୍ତି ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟ ଚାଳକ ଓ ୧୦୮ଆମ୍ବୁଲାନ୍ସ ଥିବା ସମସ୍ତ ଲୋକଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଆଉ ଗୋଟିଏ ୧୦୮ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଥିଲେ । ଏହି ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ପରେ ପରିସ୍ଥିତି ଆୟତ୍ତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.