Below header

ଅସହ୍ୟ ଗରମକୁ ବିଦ୍ୟୁତ କାଟ: ବିତରଣ କମ୍ପାନୀ ଉପରେ ତାତିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ଅଘୋଷିତ ବିଦ୍ୟୁତ କାଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । କହିଲେ ଭିତ୍ତିଭୂମି କ୍ଷେତ୍ରରେ ଯେଉଁ ବ୍ୟାକଅପ୍ ପ୍ଲାନ ରହିବା କଥା ସେଥିରେ ଅଭାବ ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ତାତିକୁ ନେଇ ଲୋକ ଅତିଷ୍ଠ ଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ୍‌ ଅସନ୍ତୋଷକୁ ଦ୍ବିଗୁଣିତ କରିଛି । ବିଭିନ୍ନ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଲାଇନ ରହୁନଥିବା ଲୋକମାନେ ଅଭିଯୋଗ କରୁଛନ୍ତି । ଅଘୋଷିତ ବିଦ୍ୟୁତ କାଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସେ କହିଛନ୍ତି, ଦୁଇ ତିନି ଦିନ ତଳେ ହୋଇଥିବା ବିଦ୍ୟୁତ କାଟ ସମସ୍ୟାକୁ ମୁଖ୍ୟ ଶାସନ ସଚିବ ଗମ୍ଭୀରତା ସହ ନେଇ ସମଧାନ ପାଇଁ କାମ କରୁଛନ୍ତି । ବିତରଣ କମ୍ପାନୀ ବିପର୍ଯୟ ରିକଭରି ପ୍ଲାନ ଭଲ ଭାବେ କରିନାହାନ୍ତି କି ଟେଷ୍ଟ ବି କରିନାହାନ୍ତି। ଫଳରେ ବଡ଼ ଧରଣର ସମସ୍ୟା ଆସିଲେ, ସେମାନେ କେବେ ସୁଦ୍ଧା କରେଣ୍ଟ ଆସିବ ସେନେଇ କହିପାରିବେ।

ଏହା ମଧ୍ୟ କହିଛନ୍ତି, ଭିତ୍ତିଭୂମି କ୍ଷେତ୍ରରେ ଯେଉଁ ବ୍ୟାକଅପ୍ ପ୍ଲାନ ରହିବା କଥା ସେଥିରେ ଅଭାବ ରହିଛି । ଯେତେ ଭିତ୍ତିଭୂମି କଲେ ବି ବିପର୍ଯ୍ୟୟରେ ତାହା ବାଧାପ୍ରାପ୍ତ ହେବ କିନ୍ତୁ ସେଥିପାଇଁ ସବୁବେଳେ ବ୍ୟାକଅପ୍ ପ୍ଲାନ ରଖାଯାଏ । ଏହା ଏକ ପ୍ରୋଟୋକାଲ, ତେବେ ବିତରଣ କମ୍ପାନୀ ଏହା କରିନାହାନ୍ତି । ବିଦେଶରେ ଲୋକଙ୍କୁ କହି ଦିଆଯାଏ ଯେ, କେତେ ଦିନ ଭିତରେ ବିଜୁଳି ଯୋଗାଇ ଦିଆଯିବ । ମୁଖ୍ୟ ଶାସନ ସଚିବ ଘଟଣାକୁ ଗୁରୁତର ସହ ନେଇ ବୈଠକ ଡାକିଛନ୍ତି ସେଥିରେ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି ଅମର ପଟ୍ଟନାୟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.