ଅନ୍ୟ ଧର୍ମର ପୁଅକୁ ବାହା ହେଲା ବୋଲି ଝିଅକୁ ମୃତ ଘୋଷଣା କଲା ବାପା, ଶୋକବାର୍ତ୍ତା ଛପାଇ ଆୟୋଜନ କଲା ‘ମୃତ୍ୟୁ ଭୋଜି’

ମଧ୍ୟ ପ୍ରଦେଶର ଜବଲପୁରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ପରିବାର ନିଜ ଜୀବିତ ଝିଅର ପିଣ୍ଡଦାନ କରିଛନ୍ତି। ଏଥିସହ ଶୋକବାର୍ତ୍ତା ଛପାଇ ବହୁ ସଂଖ୍ୟାରେ ଲୋକଙ୍କୁ ମୃତ୍ୟୁ ଭୋଜି ପାଇଁ ଆମନ୍ତ୍ରଣ କରିଛନ୍ତି।

ମଧ୍ୟ ପ୍ରଦେଶର ଜବଲପୁରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ପରିବାର ନିଜ ଜୀବିତ ଝିଅର ପିଣ୍ଡଦାନ କରିଛନ୍ତି। ଏଥିସହ ଶୋକବାର୍ତ୍ତା ଛପାଇ ବହୁ ସଂଖ୍ୟାରେ ଲୋକଙ୍କୁ ମୃତ୍ୟୁ ଭୋଜି ପାଇଁ ଆମନ୍ତ୍ରଣ କରିଛନ୍ତି।

ଖବରରୁ ଜଣାପଡ଼ିଛି ଯେ ଏହି ପରିବାରର ଜଣେ ଝିଅ ନିକଟରେ ଜଣେ ମୁସଲମାନ ଯୁବକଙ୍କୁ କୋର୍ଟରେ ବିବାହ କରିଥିଲେ। ଏହି ସମୟରେ ଝିଅର ପରିବାର ଲୋକେ ଅତ୍ୟନ୍ତ କ୍ରୋଧିତ ଥିଲେ, ଯେଉଁ କାରଣରୁ ସେମାନେ ଝିଅକୁ ମୃତ ବୋଲି ଘୋଷଣା କରି ତା’ ପାଇଁ ପିଣ୍ଡଦାନ ଆୟୋଜନ କରିଥିଲେ।

ଏ ସମ୍ପର୍କରେ ପରିବାର ଲୋକେ ଝିଅ ଏବଂ ତା’ ସ୍ୱାମୀ ବିରୋଧରେ ପୋଲିସରେ ଅଭିଯୋଗ ମଧ୍ୟ କରିଛନ୍ତି। କହି ରଖୁଛୁ କି, ଅନାମିକା ନାମ୍ନୀ ଯୁବତୀ ଗତ ଏପ୍ରିଲ ୨ରେ ଏଜାଜ୍‌ ନାମକ ଯୁବକଙ୍କୁ କୋର୍ଟରେ ବିବାହ କରିଥିଲେ। ଏହାପରେ ଅନାମିକା ଉଜ୍‌ମା ଫାତିମା ନାମରେ ପରିଚୟ ପାଇଥିଲେ।

ସେପଟେ ଏହି ବିବାହକୁ ନେଇ ଅସନ୍ତୁଷ୍ଟ ଥିବା ଅନାମିକାଙ୍କ ପରିବାର ଜୁନ୍‌ ୧୧ ରବିବାର ଝିଅର ପିଣ୍ଡଦାନ କରିଛନ୍ତି। ଏଥିପାଇଁ ପରିବାର ଲୋକେ ବିଧିବଦ୍ଧ ଭାବେ କାର୍ଟ ଛପାଇବା ସହ ସମ୍ପର୍କୀୟ ଏବଂ ସାଙ୍ଗସାଥୀମାନଙ୍କୁ ମୃତ୍ୟୁ ଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି। ଏହି ଭୋଜି ନର୍ମଦା ନଦୀତଟରେ ଆୟୋଜନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.