DA କୁ ନେଇ ଜୁଲାଇରେ ହେବ ବଡ଼ ଘୋଷଣା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା, ଜୁଲାଇରେ ଲାଗୁ ହେବ ନିୟମ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଯଦି ଆପଣ ବର୍ଦ୍ଧିତ ଦରମାକୁ ଅପେକ୍ଷା କରିଛନ୍ତି, ତେବେ ଆପଣଙ୍କ ଆକାଉଣ୍ଟରେ ଏକ ମୋଟା ଅଙ୍କରେ ଟଙ୍କା ଆସିବାକୁ ଯାଉଛି । ରିପୋର୍ଟ ଅନୁଯାୟୀ, ୧ ଜୁଲାଇରୁ କେନ୍ଦ୍ରୀୟ କର୍ମଚାରୀଙ୍କ ଭତ୍ତା ବୃଦ୍ଧି ବା DA Hike ନେଇ ଏକ ବଡ ଘୋଷଣା କରାଯାଇପାରେ । ତେବେ ଏପର୍ଯ୍ୟନ୍ତ ଡିଏ ବୃଦ୍ଧି ସମ୍ପର୍କରେ ସରକାର କୌଣସି ସୂଚନା ଦେଇ ନାହାନ୍ତି ।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA ବର୍ଷକୁ ଦୁଇଥର ବୃଦ୍ଧି ପାଇଥାଏ । ଗୋଟିଏ ଜାନୁଆରୀ ଓ ଅନ୍ୟଟି ଜୁଲାଇରୁ ବଢ଼ା ଯାଇଥାଏ । ଜାନୁୟାରୀ ୨୦୨୩ ରେ କାର୍ଯ୍ୟକାରୀ ହୋଇଥିବା ଡିଏ ବୃଦ୍ଧି ଘୋଷଣା ମାର୍ଚ୍ଚ ୨୦୨୩ ରେ ହୋଇଥିଲା । ସରକାର DA କୁ ୪% ବୃଦ୍ଧି କରିଥିଲେ , ଯେଉଁଥିପାଇଁ DA ୪୨% କୁ ବୃଦ୍ଧି ପାଇଥିଲା । ବର୍ତ୍ତମାନ ଜୁଲାଇରେ ଚଳିତ ଆର୍ଥିକ ବର୍ଷରେ ସରକାର ପୁଣି ଡିଏ କୁ ନେଇ ଘୋଷଣା କରିପାରନ୍ତି ।

AICPI ର ଏପ୍ରିଲ୍ ତଥ୍ୟ ଅନୁଯାୟୀ, କର୍ମଚାରୀଙ୍କ ବେତନରେ ୩ ରୁ ୪ ପ୍ରତିଶତ ବୃଦ୍ଧି ହୋଇପାରେ । ଯଦିଓ ଏହା ମେ ଓ ଜୁନ୍ ପାଇଁ ହୋଇଥିବା ଆକଳନ ଉପରେ ମଧ୍ୟ ନିର୍ଭର କରିବ । ଯଦି ମେ ଓ ଜୁନ୍ ପାଇଁ AICPI ଆକଳନ ଠିକ ରୁହେ ତେବେ ୪ ପ୍ରତିଶତ DA ଓ DR ବୃଦ୍ଧି ହୋଇପାରେ ।

କେତେ ବୃଦ୍ଧି ପାଇବ DA :
ଯଦି DA ରେ ୪% ବୃଦ୍ଧି ହୁଏ, ତେବେ କର୍ମଚାରୀଙ୍କ DA ୪୬% ହେବ । ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ ପାଇଁ AICPI ସଂଖ୍ୟା ହେଉଛି ୧୩୪.୨ ପଏଣ୍ଟ ଓ DA ସ୍କୋର ହେଉଛି ୪୫.୦୬ ପଏଣ୍ଟ । ମେ ଓ ଜୁନ୍ ମାସରେ ଏହି ସୂଚକାଙ୍କ ୪୬.୪୦ ରେ ପହଞ୍ଚିବାର ସମ୍ଭାବନା ଅଛି । ଏହାର ଅର୍ଥ ହେଉଛି DA ରେ ୪ ପ୍ରତିଶତ ବୃଦ୍ଧି ପ୍ରାୟ ନିଶ୍ଚିତ ରହିବା ର ଆଶଙ୍କା ଅଛି ।

ଫିଟମେଣ୍ଟ ଫ୍ୟାକ୍ଟର୍ ଉପରେ ନିଆଯିବ ନିଷ୍ପତ୍ତି :
ସୂଚନା ଅନୁସାରେ ସରକାର ଶୀଘ୍ର କର୍ମଚାରୀଙ୍କ ପାଇଁ ଫିଟମେଣ୍ଟ ଫ୍ୟାକ୍ଟର୍ ସମ୍ବନ୍ଧରେ କିଛି ପରିବର୍ତ୍ତନ କରିପାରନ୍ତି । ବର୍ତ୍ତମାନ ଫିଟମେଣ୍ଟ ଫ୍ୟାକ୍ଟର୍ ୨.୫୭ ରହିଛି ଓ କର୍ମଚାରୀମାନେ ଏହାକୁ ବୃଦ୍ଧି କରିବାକୁ ଦାବି କରୁଛନ୍ତି । ଯଦି ସରକାର ଏହାକୁ ୩.୬୮ ଗୁଣକୁ ବୃଦ୍ଧି କରନ୍ତି, ତେବେ କର୍ମଚାରୀଙ୍କ ମୂଳ ଦରମାରେ ସିଧାସଳଖ ୮୦୦୦ ଟଙ୍କା ବୃଦ୍ଧି ହେବ ଓ ଏହିପରି ସେମାନଙ୍କର ବେସିକ ସେଲାରି ୧୮୦୦୦ ରୁ ୨୬୦୦୦ ଟଙ୍କାକୁ ବୃଦ୍ଧି ପାଇବ ।

କେତେ ବୃଦ୍ଧି ପାଇବ ଦରମା?
ଯଦି ବେସିକ ପେ ରେ ୪୬% ରେ ପହଞ୍ଚେ, ଏହାର ଅର୍ଥ ହେଉଛି କର୍ମଚାରୀ ବେତନ ପ୍ରାୟ ଦେଢ ଗୁଣ ବୃଦ୍ଧି ପାଇବ । ଯଦି ଜଣେ କର୍ମଚାରୀଙ୍କ ବେସିକ୍ ଦରମା ୪୦,୦୦୦ ଟଙ୍କା, ତେବେ ଏହା ୪୨ ହଜାର ହେବ । ଯଦି ଏହା ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ ମୋଟ DA ୪୬ ପ୍ରତିଶତ ବଢିବ। ଏହାର ଅର୍ଥ ହେଉଛି DA ରେ ୧୬୦୦୦ ଟଙ୍କା ବୃଦ୍ଧି ହେବ । ଅର୍ଥାତ୍ ଜୁଲାଇରୁ ବର୍ଦ୍ଧିତ ଦରମା ୫୮,୪୦୦ ଟଙ୍କା ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.