Below header

ଆବାସ ଯୋଜନାକୁ ନେଇ ବିଜେପି ଅଭିଯୋଗ ଉପରେ ବିଜେଡିର କାଉଣ୍ଟର ଜବାବ୍

କେନ୍ୟୁଜ୍(ବ୍ୟୁରୋ): ଆବାସ ଯୋଜନାକୁ ନେଇ କଳି। ବିଜେପି-ବିଜେଡି ମୁହାମୁହିଁ। ବିଜେପି ଅଭିଯୋଗ କରିଛି ରାଜ୍ୟରେ ଆବାସ ବଣ୍ଟାରେ ବଡ଼ କେଳେଙ୍କାରୀ ହୋଇଛି। ୧ ଲକ୍ଷରୁ ଅଧିକ ଘର ବଣ୍ଟନରେ ହୋଇଛି ଅନିୟମିତତା। ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିଛି। ପ୍ରାୟ ୧ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

ସେପଟେ ବିଜେଡିର ଜବାବ, ରାଜ୍ୟରେ ବିଜେପି କର୍ମୀ ନିରୁତ୍ସାହିତ ଅଛନ୍ତି। ସେମାନଙ୍କୁ ଉତ୍ସାହିତ କରିବାକୁ ରାଜ୍ୟ ବିଜେପି ନୂଆ କାହାଣୀ କହୁଛି। ଆବାସ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟକୁ ପ୍ରଶଂସା କରୁଛନ୍ତି। କିନ୍ତୁ ରାଜ୍ୟ ବିଜେପି ସରକାରଙ୍କୁ ବିରୋଧ କରୁଛି। ବିଜେପିର ବାମ ହାତ କଣ କରୁଛି ଡାହାଣ ହାତ ଜାଣି ପାରୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.