Below header

ଫେଲ୍‌ ମାରିଲା ବିଜେପିର ୧୨୦ ପ୍ଲସ ମିଶନ, ୨୩ ଆସନରେ ଦଳ ସୀମିତ

ବିଜେପିର ମିଶନ ୧୨୦ ପ୍ଲସ ଫେଲ । ଏଥର ନିର୍ବାଚନରେ ୧୪୬ଟି ବିଧାନସଭା ଆସନରୁ ମାତ୍ର ୨୩ଟିରେ ବିଜୟୀ ହୋଇ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡିଛି । ସେଭିତରୁ କେବଳ ଗୋଟିଏ ଆସନ ମାଲକାନଗିରିରେ ବିଜେପି ପ୍ରାର୍ଥୀ ଆଦିତ୍ୟ ମାଢ଼ୀ ୨୫ ହଜାର ୫୬୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ୧୫ ହଜାରରୁ ୨୦ହଜାର ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି ଦଳର ୪ ଜଣ ବିଧାୟକ ପ୍ରାର୍ଥୀ । ବାରିପଦା ଆସନରେ ବିଜେପିର ପ୍ରକାଶ ସୋରେନ ୧୯,୪୧୧ ଭୋଟରେ ବିଜୟ ଲାଭ କରିଛନ୍ତି । ବୀରମିତ୍ରପୁରରେ ଶଙ୍କର ଭୋଇ ୧୬,୩୫୧, ପାରଳାଖେମୁଣ୍ଡିରେ କେ.ନାରାୟଣ ରାଓ ୧୫ହଜାର ୩୩୫, ତଳସରାରେ ଭବାନୀ ଶଙ୍କର ଭୋଇ-୧୬,୧୮୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

୧୦ ହଜାରରୁ ୧୫ ହଜାର ଭୋଟ ବ୍ୟବଧାନରେ ୩ ଜଣ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଲୋଇସିଂହା ଆସନରେ ମୁକେଶ ମହାଲିଂଗ-୧୩,୬୬୮, ବାଲେଶ୍ୱରରେ ମଦନ ମୋହନ ଦତ୍ତ ୧୩,୪୦୬ ଓ ବଡ଼ସାହିରେ ସନାତନ ବିଜୁଳି-୧୧,୧୧୯ ଖଣ୍ଡ ଭୋଟରେ ଜିତିଛନ୍ତି । ୫ ହଜାରରୁ ୧୦ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେପିର ୬ ଜଣ ପ୍ରାର୍ଥୀ । ଦେବଗଡ଼ରେ ସୁବାସ ଚନ୍ଦ୍ର ପାଣିଗ୍ରାହୀ-୭,୧୦୬, ଯଶିପୁରରୁ ଗଣେଶ ରାମ ସିଂ ଖୁଣ୍ଟିଆ-୮,୫୫୨, ସାରସକଣାରେ ଡ. ବୁଢାନ ମୁର୍ମୁ-୬,୮୧୩, ରେଂଗାଲିରେ ନାଉରୀ ନାଏକ-୬,୭୪୩, ସୁନ୍ଦରଗଡ଼-କୁସୁମ ଟେଟେ-୭,୩୬୪, ଉମରକୋଟ-ନିତ୍ୟାନନ୍ଦ ଗଣ୍ଡ –୯,୯୨୨ ଭୋଟରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

୫ ହଜାର ରୁ କମ୍‌ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ୬ ଜଣ ବିଧାୟକ ପ୍ରାର୍ଥୀ । ଭବନୀପାଟଣାରେ ପ୍ରଦୀପ୍ତ ନାୟକ-୪,୬୮୪, ବ୍ରହ୍ମଗିରି-ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର-୨,୧୩୦, ଧାମନଗର-ବିଷ୍ଣୁଚରଣ ସେଠୀ-୪,୬୨୫, କେନ୍ଦୁଝରରେ ମୋହନ ଚରଣ ମାଝୀ-୧,୧୨୪, ପୁରୀରେ ଜୟନ୍ତ ଷଡ଼ଙ୍ଗୀ-୪,୦୦୮, ରାଇରଂଗପୁରରେ ନବଚରଣ ମାଝୀ-୨,୮୪୭, ସମ୍ବଲପୁରରେ ଜୟ ନାରାୟଣ ମିଶ୍ର-୪,୩୯୮, ଉଦଳାରେ ଭାସ୍କର ମଢ଼େଇ-୧,୪୩୩ ଓ ନୀଳଗିରି-ସୁକାନ୍ତ ନାୟକ-୧,୫୭୭ ଭୋଟରେ ବିଜୟୀ ହୋଇଛନ୍ତି । ଏଥର ବିଧାନସଭା ନିର୍ବାଚନରେ ବିଜେପି ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ୧୨୦ ପ୍ଲସ ମିଶନ ଫେଲ ମାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.