Below header

ବିଧାନସଭାରେ ସ୍ମିତାରାଣୀ ମୃତ୍ୟୁକୁ ନେଇ ବିଜେପିର କଳାପଟି ପ୍ରତିବାଦ, ଗୃହ କାର୍ଯ୍ୟରେ ସାମିଲ ହେବାକୁ ବାଚସ୍ପତିଙ୍କ ନିବେଦନ

ଭୁବନେଶ୍ବର: ବିଧାନସଭାରେ ସ୍ମିତାରାଣୀ ମୃତ୍ୟୁକୁ ନେଇ ବିଜେପିର କଳାପଟି ପ୍ରତିବାଦ । ପ୍ରଶ୍ନକାଳ ଆରମ୍ଭରୁ ବିଜେପି ବିଧାୟକ ମାନେ ମୁହଁରେ କଳାପଟି ବାନ୍ଧି ନିରବ ପ୍ରତିବାଦ କରିଛନ୍ତି । ସ୍ୱତନ୍ତ୍ର ମୋସନ ଜରିଆରେ ଆଲୋଚନା ଏବଂ ସିବିଆଇ ତଦନ୍ତ ଦାବି କରି ବିଜେପି ନିରବ ପ୍ରତିବାଦ କରିଛି । କଳାପଟି ଖୋଲି ଗୃହ କାର୍ଯ୍ୟରେ ସାମିଲ ହେବାକୁ ବାଚସ୍ପତି ନିବେଦନ କରିବା ପରେ ମୁହଁରୁ କଳାପଟି ଖୋଲିଥିଲେ ବିଜେପି ବିଧାୟକ । ସ୍ମୀତାରାଣି ମାମଲାରେ ସ୍ୱତନ୍ତ୍ର ମୋସନ ଜରିଆରେ ଆଲୋଚନା ପାଇଁ ବିଜେପି ଦାବ କରିଆସିଥିବା ବେଳେ ବାଚସ୍ପତି ସୁଯୋଗ ଦେଉନଥିବା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଏମିତିକି କଂଗ୍ରେସ-ବିଜେଡି ହାତ ମିଳାଇ ଗୃହରେ ତାହା କରାଇ ଦେଉନଥିବା ବିଜେପି କହିଛି । ଏହାକୁ ନେଇ ବିଜେପି ଗୃହରେ ନିରବ ପ୍ରତିବାଦ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.