ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ବାକି ଥିବା ୩୫ ଆସନ ମଧ୍ୟରୁ ୨୦ରୁ ୨୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା ସମ୍ଭାବନା ରହିଛି।

ଭୁବନେଶ୍ୱର : ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ବାକି ଥିବା ୩୫ ଆସନ ମଧ୍ୟରୁ ୨୦ରୁ ୨୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା ସମ୍ଭାବନା ରହିଛି। ଅବଶିଷ୍ଟ ୧୦ ରୁ ୧୫ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଏପ୍ରିଲ୨୦ ତାରିଖ ଭିତରେ ଘୋଷଣା କରାଯିବ । ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଦଳ ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ।  ବିଭିନ୍ନ ସଂସଦୀୟ କ୍ଷେତ୍ର ପାଇଁ ରଣନୀତି ପ୍ରସ୍ତୁତ କରୁଛି ଦଳ। ଆଜି ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରକୁ ନେଇ ନିର୍ବାଚନ ପ୍ରଭାରୀଙ୍କ ନେତୃତ୍ବରେ ବୈଠକ ବସିଛି। ଏଥିରେ ଜୁଏଲ ଓରାମ ସାମିଲ ହୋଇଛନ୍ତି।

You might also like