ଇଦ୍‌ରେ ନିଜର ୧୮ ନାତିନାତୁଣୀଙ୍କ ସହ ନଜର ଆସିଲେ ୟୁଏଇ ରାଷ୍ଟ୍ରପତି, କୋଳରେ ଦେଖାଗଲା ନହ୍ନି ଶେହଜାଦି

ଆଜି ଭାରତରେ ପାଳନ ହେଉଛି ଇଦ୍‌ ପର୍ବ । ଏହାର ଠିକ୍‌ ଦିନକ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ ୧୦ ତାରିଖ ବୁଧବାର ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପରି ମଧ୍ୟ-ପୂର୍ବର ଇସ୍‌ଲାମିକ ଦେଶଗୁଡ଼ିକ ଇଦ୍ ପାଳନ କରିଥିଲେ ।

ଆଜି ଭାରତରେ ପାଳନ ହେଉଛି ଇଦ୍‌ ପର୍ବ । ଏହାର ଠିକ୍‌ ଦିନକ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ ୧୦ ତାରିଖ ବୁଧବାର ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପରି ମଧ୍ୟ-ପୂର୍ବର ଇସ୍‌ଲାମିକ ଦେଶଗୁଡ଼ିକ ଇଦ୍ ପାଳନ କରିଥିଲେ । ଇଦ୍ ଅବସରରେ ୟୁଏଇ ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍ ଜାଏଦ ଅଲ-ନାହୟାନ ସୋସିଆଲ ମିଡିଆରେ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏଥିରେ ସେ ନିଜ ନାତିନାତୁଣୀଙ୍କ ସହ ନଜର ଆସିଛନ୍ତି ।

ଏହି ଫଟୋଚିତ୍ରରେ ୟୁଏଇର ଶେଖ୍ ତାଙ୍କର ସମସ୍ତ ୧୮ ଜଣ ନାତିନାତୁଣୀଙ୍କ ସହ ଦେଖାଯାଇଛନ୍ତି । ଫଟୋ ସେୟାର କରି ରାଷ୍ଟ୍ରପତି ଲେଖିଛନ୍ତି, ‘ଇଦ୍ ଉଲ-ଫିତର ପାଳନ କରୁଥିବା ତଥା ପରିବାର, ବନ୍ଧୁ ଏବଂ ପ୍ରିୟଜନଙ୍କ ସହ ମୂଲ୍ୟବାନ ସମୟ ବିତାଉଥିବା ସମସ୍ତ ଲୋକଙ୍କୁ ମୋର ଶୁଭକାମନା । ଏହି ପ୍ରକାରର ଅବସର ଆଲ୍ଲାହାଙ୍କଠାରୁ ଆଶୀର୍ବାଦ ଏବଂ ଏହା ଏମିତି ଏକ ସମୟ, ଯାହାର ଆନନ୍ଦ ଉଠାଇବା ଉଚିତ୍’ ।

ୟୁଏଇ ରାଷ୍ଟ୍ରପତି ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ତାଙ୍କର ୧୮ ନାତିନାତୁଣୀ ତାଙ୍କୁ ଘେରିକି ବସିଛନ୍ତି । ଫଟୋରେ ତାଙ୍କର ତିନି ନାତୁଣୀ ହିଜାବ୍ ପିନ୍ଧିଥିବା ବେଳେ ଅନ୍ୟ ନାତୁଣୀମାନେ ରଙ୍ଗବେରଙ୍ଗର ଅରବି ପରିଧାନରେ ନଜର ଆସିଛନ୍ତି । ରାଷ୍ଟ୍ରପତି ତାଙ୍କ ନାତିନାତୁଣୀଙ୍କ ମଝିରେ ବସି ହସୁଛନ୍ତି । ସେ ତାଙ୍କର ସବୁଠୁ ସାନ ନାତୁଣୀକୁ କୋଳରେ ଧରିଛନ୍ତି, ଯିଏ ଗୋଲାପୀ ରଙ୍ଗର ପୋଷାକରେ ବହୁତ କ୍ୟୁଟ୍‌ ଦେଖାଯାଉଛି ।

ୟୁଏଇ ରାଷ୍ଟ୍ରପତି ପୂର୍ବରୁ ମଧ୍ୟ ଇଦ୍ ଅବସରରେ ନାତିନାତୁଣୀଙ୍କ ସହ ନିଜର ଫଟୋ ସେୟାର କରିଛନ୍ତି । ଗତ ବର୍ଷ ବି ସେ ଏମିତି ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ନାତିନାତୁଣୀଙ୍କ ମଧ୍ୟରେ ବସିଥିବାର ନଜର ଆସିଥିଲେ । କୋଳରେ ତାଙ୍କର ସବୁଠାରୁ ସାନ ନାତି ଥିଲେ, ଯିଏ ସ୍ନେହପୂର୍ଣ୍ଣ ଭାବରେ ତାଙ୍କ ଚେହେରାରେ ହାତ ମାରୁଥିଲେ ।

ଶେଖ୍‌ ମହମ୍ମଦ ବିନ୍ ଜାଏଦ ଅଲ-ନାହୟାନ ୧୯୮୧ରେ ଶେଖ ସଲମା ବିନ୍ତ ହମଦାନ ବିନ ମହମ୍ମଦ ଅଲ-ନାହୟାନଙ୍କୁ ବିବାହ କରିଥିଲେ । ରାଷ୍ଟ୍ରପତିଙ୍କର ୯ ସନ୍ତାନ ଅଛନ୍ତି, ଯେଉଁମାନଙ୍କଠାରୁ ତାଙ୍କର ୧୮ ଜଣ ନାତିନାତୁଣୀ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.